ନିଜ ଡାଏରୀରେ ଏମିତି କିଛି ଲେଖିଗଲେ ଆଦିତ୍ୟ, ପଢିଲେ ଆଖିକୁ ଲୁହ ଆସିଯିବ

କେନ୍ୟୁଜ୍(ବ୍ୟୁରୋ):  ମାଳିଲା  ସମାଜସେବୀ ତଥା ପିପୁଲ ଫର ସେବାର ପ୍ରତିଷ୍ଠାତା ଆଦିତ୍ୟ ଦାସଙ୍କ ସୁସାଇଡ୍ ନୋଟ। ଏହି ନୋଟରେ ଆଦିତ୍ୟ ଲେଖିଛନ୍ତି ଯେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି। ଆଦିତ୍ୟ ତାଙ୍କ ନୋଟରେ ଲେଖିଛନ୍ତି ଯେ

ପ୍ରିୟ ପପୁ ବିକାଶ ଏବଂ ପିପୁଲ ଫର ସେବାର ଅନ୍ୟ ସଦସ୍ୟ ମାନେ, ମଅତ୍ୟୁ କେତେବେଳେ କେଉଁ ବାଟରେ ଆସି କାହାପାଖରେ ପହଞ୍ଚିଯାଏଁ ସେକଥା କେହିବି ଜାଣି ନାହାନ୍ତି। ଆଜି ଠିକ ସେମିତି ମୋ ପାଖରେ ଆସି ମୃତ୍ୟୁ ଉପସ୍ଥିତ। କୁହନ୍ତି କି ଯିଏ ଯେତେ ଦିନ ପାଇଁ ଦୂନିଆକୁ ଆସିଛି ସେ ସେତିକି ଦିନ ପାଇଁ ରହିବ। ମୋର ବି ବୋଧେ ଶେଷ ସମୟ ଆସିଯାଇଛି। ବହୁତ ଇଚ୍ଛା ଥିଲା ବ୍‌ଦ୍ଧାଶ୍ରମ ପାଇ: ନିଜର ଗୋଟେ ଘର କରିବି ବୋଲି କିନ୍ତୁ ଭଗବାନ ବୋଧେ ଚାହୁଁ ନଥିଲେ। ସେ ଯାହାବି ହେଉ ମୁଁ ଗଲା  ପରେ ତୋତେ ଆଉ ବିକାଶକୁ ଏବଂ ପିପୁଲ ଫର ସେବାର ଅନ୍ୟ ସଦସ୍ୟ ମାନଙ୍କୁ ଆଶ୍ରମର ଦାୟିତ୍ବ ଲାଗିଲା।

ମୁଁ ଚେକରେ ସାଇନ କରିଦେଇଛି ଟଙ୍କା ଉଠାଇ ଆଶ୍ରମ ଚଳାଇବ। ତାପରେ ଲିଗାଲି ସବୁ କାଗଜପତ୍ର ଠିକ୍ କରି ପପୁ ତୁ ଚେୟାରମ୍ୟାନ ଏବଂ ବିକାଶ ତୁ  ଟ୍ରେଜରର ପଦରେ ରହି ପିପୁଲ ଫର ସେବା ଅନୁଷ୍ଠାନକୁ ଆଗକୁ ଚଳାଇବୁ। ମୋ ମୋବାଇଲରେ ସବୁ ନମ୍ବର ଅଛି ମୁଁ ମଲା ପରେ  କିଛି ଅସୁବିଧା ହେବ ନାହିଁ । ମୁଁ ବଞ୍ଚି ଥାଉ ଥାଉ ଯାହା କରିପାରିଲି ନାହିଁ  ହୁଏତ ମୁଁ ମଲା ପରେ ଲୋକଙ୍କ ସହନାଭୂତିରେ ମୋର ଶେଷ ଇଚ୍ଛାଟା ପୂର୍ଣ୍ଣ ହୋଇଯିବ। ଆଶ୍ରମ ପାଇଁ ଜମି ଖଣ୍ଡେ କିଣି ଘର ଗୋଟେ ବନେଇବ, ବଡ ନହେଉ ପଛକେ ଛୋଟଟେ ହେଲେ ବି କରିବା। ଉପରୁ ଦେଖି ମୋ ଆତ୍ମା ଶାନ୍ତି ପାଇବ। ବିକାଶ ମୋ ବାପା ମା ତୋତେ ଲାଗିଲେ, ତାଙ୍କ କଥା ବିଝିବୁ । ମୋ ମୋବାଇଲ ନମ୍ବରରେ ସବୁକିଛି କନେକ୍ଟ ଅଛି, ସବୁ ଛାଡିକି ଯାଉଛି, ତୋତେ କିଛି ଅସୁବିଧା  ହେବ ନାହିଁ ଆଶ୍ରମ ଚଳାଇବା ପାଇଁ।

ସବୁ ସୁବିଧା ଦେଖି  ଡିପୋଜିଟ କରିଦେବି ବୋଲି ଭାବିଥିଲି, ମୁଁ ସେଇ ୫୦ ହଜାର ଭରିପାରିଲି ନାହିଁ, ମୁଁ ବହୁତ ଦୁଃଖିତ। ଆଶା କରୁଛି ବିକାଶ ତୋତେ. ଦେଇଥିବା ୭୦ ହଜାର ଟଙ୍କା ତୁ ଟାଇମରେ ପିପୁଲ ଫର ସେବା ଆକାଉଣ୍ଟରେ ଡିପୋଜିଟ କରିଦେବୁ। ମୋର ଶେଷ ଇଚ୍ଛା ଯେମତି ହେଲେ ପୂରଣ କରିବୁ। ଶେଷରେ ଆଦିତ୍ୟ ଲେଖିଛନ୍ତି ଶ୍ରୀ ତୁମେ ବହୁତ ଭଲ ମୁଁ ତୁମକୁ ମୋର ଭଲପାଇବା, ଉପରେ  ରହି ମୁଁ ତୁମକୁ ବହୁତ ମିସ୍ କରିବି। ବାପା ମାଙ୍କ କଥା ବହୁତ ମନେ ପଡୁଛି କିନ୍ତୁ ସେ ଆଜି ଘରେ ନାହାନ୍ତି ତାଙ୍କ ମୁହଁକୁ ମୁଁ ଚାହିଁଲେ ଭୁଲ ନିଷ୍ପତ୍ତି ନୋବକୁ ସାହସ ହେବ ନାହିଁ। କାଲି ସମାଳେ ସେ ଆସି ପହଞ୍ଚିବେ ସେତେବେଳକୁ ହୁଏତ ମୁଁ ଦୂନିଆରେ ନଥିବି। ମୋର ମୃତ୍ୟୁ ପାଇଁ କେହି ଦାୟି ନୁହନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.