ପ୍ରସିଦ୍ଧ ଶକ୍ତି ପୀଠ ତଥା ପର୍ଯ୍ୟଟନ ସ୍ଥଳୀ ବାଳକୁମାରୀ ମନ୍ଦିର ବନ୍ଦ, ଘୋଷଣା କଲେ ମନ୍ଦିର ପରିଚାଳନା କମିଟି

ବ୍ରହ୍ମପୁର (କେନ୍ୟୁଜ୍): ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ତଥା ପର୍ଯ୍ୟଟନ ସ୍ଥଳୀ ବାଳକୁମାରୀ ମନ୍ଦିରକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି ମନ୍ଦିର ପରିଚାଳନା କମିଟି । କାର୍ତ୍ତିକ ମାସରେ ବିଭିନ୍ନ ଶୈବ ପୀଠ ଓ ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଥାଏ । କିନ୍ତୁ ଚଳିତ ବର୍ଷ କରୋନା ପାଇଁ ମନ୍ଦିର ଖୋଲିବା ପାଇଁ ବାରଣ କରିଛନ୍ତି ମନ୍ଦିର ପରିଚାଳନା କମିଟି। ତଥାପି ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟୁଛି।

temple1ପାହାଡ ଉପରେ ଥିବା ବାଳକୁମାରୀଙ୍କୁ ଦର୍ଶନ କରିବା ସହ ନିକଟରେ ହୋଇଥିବା ଶୈବ ପୀଠକୁ ଦର୍ଶନ କରିବା ପାଇଁ ସୋମବାର ଦିନ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥାଏ। ଏହି ସମ୍ପର୍କରେ ପ୍ରଶାସନ ନିକଟରେ ଖବର ପହଞ୍ଚିବା ପରେ ଲୋକଙ୍କୁ ବାରଣ କରାଯାଇଥିଲା। ତେବେ ଡିସେମ୍ବର ମାସ କରୋନା ପାଇଁ ବିପଦ ସମୟ ,ତେଣୁ ଏବେଠାରୁ ଲୋକ ସତର୍କ ରହିବା ସହ ଭିଡ ରୋକିବା ପାଇଁ ମନ୍ଦିର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.