କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ଭାଇଙ୍କୁ ଗିରଫକଲା ପୋଲିସ

ଭଦ୍ରକ (କେନ୍ୟୁଜ): ଶର୍ମିଷ୍ଠା ରାଉତଙ୍କ ଭାଇ ଗିରଫ । ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱର ରାଉତକୁ ଗିରଫ । ବିଜୟଓ୍ଵାଡାରୁ ପରମେଶ୍ୱରକୁ ଭଦ୍ରକ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ମାନସ ହତ୍ୟାକାଣ୍ଡ ଘଟଣାରେ ଶର୍ମିଷ୍ଠାକୁ ଫେରାର କରାଇବାରେ ପରମେଶ୍ବର ସହାୟତା କରିଥିବା ପୋଲିସ ସୂଚନା ପାଇବା ପରେ ଗିରଫ କରିଥିବା ସୂଚନା ମିଳିଛି ।

ମାନସ ହତ୍ୟାକାଣ୍ଡ ଘଟଣାରେ ଏକ ବଡ ରାକେଟ୍‌ ଥିବା ଜାଣିବାକୁ ପାଇଥିଲା ପୋଲିସ । ଏହି ହତ୍ୟାକାଣ୍ଡରେ ନିରଞ୍ଜନ ସେଠୀ ଥିଲେ ମୁଖ୍ୟ ଷଡଯନ୍ତ୍ରକାରୀ। ପୋଲିସ ଦେଇଥିବା ସୂଚନା ଅନୁସାରେ, ମାନସଙ୍କୁ ଅପହରଣ କରି ମାଡ଼ ମାରିବା, ହତ୍ୟା ଯୋଜନା ଓ ମୃତଦେହ ପୋତିବାରେ ନିରଞ୍ଜନଙ୍କ ସଂପୃକ୍ତି ରହିଛି। ତାଙ୍କ ଉପସ୍ଥିତି ଏବଂ ନିର୍ଦ୍ଦେଶରେ ମାନସଙ୍କୁ ହତ୍ୟା କରାଯାଇଥିଲା।

ସେପଟେ ମାନସ ସ୍ୱାଇଁ ହତ୍ୟା ମାମଲାରେ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା ଭଦ୍ରକ ପୋଲିସ । ମୁଖ୍ୟ ଷଡ଼ଯନ୍ତ୍ରକାରୀ ଶର୍ମିଷ୍ଠା ରାଉତ ଓ ଅନ୍ୟ ଜଣେ ମହିଳା ସହଯୋଗୀ ଝୁନା ଏବେବି ଫେରାର୍‌ ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ରାଜ୍ୟ ଓ ବାହାରେ ତନାଘନା ଚଳାଇଛି ପୋଲିସ ।

 

Leave A Reply

Your email address will not be published.