ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ବିଜେଡିର ମାନସ ମଙ୍ଗରାଜ ଓ ସୁଲତା ଦେଓ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ବିଜେଡିର ମାନସ ମଙ୍ଗରାଜ ଓ ସୁଲତା ଦେଓ। ରାଜ୍ୟସଭା ଅଧ୍ୟକ୍ଷ ଏମ. ଭେଙ୍କୟା ନାଇଡୁ ଦୁଇ ନୂଆ ସାଂସଦଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଶପଥ ବେଳେ ମାନସ ମଙ୍ଗରାଜ ଓ ସୁଲତା ଦେଓଙ୍କ ପରିବାର ବର୍ଗ ଉପସ୍ଥିତ ଥିଲେ। ମାନସ ଓ ସୁଲତା ଆଜି ଶପଥ ନେଇଥିବା ବେଳେ ସସ୍ମିତ ପାତ୍ର ପରେ ଶପଥ ନେବେ ବୋଲି ଜଣାପଡ଼ିଛି। ପୂର୍ବରୁ ଅନ୍ୟତମ ସାଂସଦ ନିରଞ୍ଜନ ବିଶି ଶପଥ ନେଇ ସାରିଛନ୍ତି। ସୁଲତା ଦେଓ, ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ରାଜ୍ୟସଭା ସଦସ୍ୟ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.