ମାନସ ସ୍ୱାଇଁ ହତ୍ୟା ମାମଲା: ଆଜି ସରୁଛି ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନାଙ୍କ ରିମାଣ୍ଡ ଅବଧି, ଏବେବି ମିଳୁନି ଚିପ୍‌

ଭୁବନେଶ୍ୱର (କେନ୍ୟୁଜ): କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଜି ସରୁଛି ଶର୍ମିଷ୍ଠା ଓ ଝୁନାଙ୍କ ରିମାଣ୍ଡ ଅବଧି । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଶର୍ମିଷ୍ଠା ଓ ଝୁନାଙ୍କୁ ମାରାଥନ୍‌ ଜେରା କରିଛି କ୍ରାଇମବ୍ରାଞ୍ଚ । ରିମାଣ୍ଡ ଅବଧି ଆଜି ଶେଷ ହେଉଥିବାବେଳେ ମେମୋରି ଚିପ୍‌ ରହସ୍ୟ ଭେଦ କରିପାରିନାହିଁ କ୍ରାଇମବ୍ରାଞ୍ଚ। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଶର୍ମିଷ୍ଠା ଓ ଝୁନାକୁ କ୍ରାଇମବ୍ରାଞ୍ଚ ଟିମ୍‌ ଜେରା କରି ଅନେକ ତଥ୍ୟ ଓଗାରିଛି। ଅଭିଯୁକ୍ତମାନେ ମାନସଙ୍କୁ ଭୁବନେଶ୍ୱର ଦୟାଲ ଆଶ୍ରମ ପରିସରରେ ୩ଟି ଅଧାଫାଳିଆ ବାଉଁଶ ଓ ଗୋଟିଏ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିଲେ ।

ଘଟଣାଦିନ ଶର୍ମିଷ୍ଠାଙ୍କ ନିର୍ଦ୍ଦେଶରେ ସେସବୁକୁ ଦୟାଲ ଆଶ୍ରମ କେୟାର ଟେକର ଝରକା ଆରପଟେ ଫିଙ୍ଗି ଦେଇଥିଲେ । ଝୁନା ଭୋଇ ସେସବୁକୁ ଚିହ୍ନଟ କରିଛି । ଜବତ ହୋଇଥିବା ବାଉଁଶ ଓ କାଠ ଫାଳିଆକୁ ଫରେନ୍‌ସିକ୍‌ ଯାଞ୍ଚ ପାଇଁ ପଠାଯାଇଛି। ଚିପ୍‌ ବାବଦରେ ଶର୍ମିଷ୍ଠା ପ୍ରକୃତ ତଥ୍ୟ ପ୍ରଦାନ ନକଲେ ପୁଣି ଥରେ ରିମାଣ୍ଡ ଆବେଦନ କରିବ କ୍ରାଇମବ୍ରାଞ୍ଚ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.