ରାଜ୍ୟ

ମେମୋରୀ ଚିପ୍‌ ଫେରାଇବା ପାଇଁ ଶର୍ମିଷ୍ଠାଙ୍କୁ ୧୦ ହଜାର ଟଙ୍କା ଓ କ୍ୟାମେରା ମାଗିଥିଲେ ମାନସ, ଶର୍ମିଷ୍ଠା ଓ ନିରଞ୍ଜନ ଅପରହଣ କରି ପିଟିଥିଲେ

କେନ୍ୟୁଜ୍(ବ୍ୟୁରୋ):ଦୁଇଟି ପର୍ଯ୍ୟାୟ ରିମାଣ୍ଡରେ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟାରେ ଅନେକ ତଥ୍ୟ ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ । ମର୍ଡର ପ୍ଲଟର ଖୁଲାସା ହୋଇଛି । କିନ୍ତୁ ପଦାକୁ ଆସିଲାନି ମେମୋରୀ ଚିପ୍‌ ସତ । ମିଳିଲାନି ସେହି ରହସ୍ୟମୟ ମେମୋରୀ ଚିପ୍‌ । ଯେଉଁଥିପାଇଁ ମାନସଙ୍କୁ ହତ୍ୟା କରାଗଲା । ନୟାଗଡ଼ ଜିଲ୍ଲା ରଣପୁରରେ ମାନସଙ୍କ ଘରେ ବହୁ ଖୋଜାଖୋଜି ପରେ ଖାଲି ହାତିରେ ଫେରିଥିଲା ତଦନ୍ତକାରୀ ଟିମ୍‌ । ପରେ ଭୁବନେଶ୍ୱରରେ ସେ ରହୁଥିବା ଦୁଇଟି ସ୍ଥାନରେ ଖୋଳତାଡ ହୋଇଥିଲା । କିନ୍ତୁ ଚିପ୍‌ ମିଳିଲା ନାହିଁ । ମାନସ କେଉଁଠି ରଖି ଦେଇଥିବା ସନ୍ଦେହ କରାଯାଉଛି । ଯାହା ବାବଦରେ ବୋଧେ କାହାକୁ ସେ କହି ନଥିଲେ ।

ମାନସଙ୍କୁ କେମିତି ଓ କିଭଳି ହତ୍ୟା କରିଥିଲେ ରିମାଣ୍ଡରେ ଗୋଟି ଗୋଟି ସତ ବଖାଣିଛନ୍ତି ଅଭିଯୁକ୍ତ । ପ୍ରଥମ ପର୍ଯ୍ୟାୟ ରିମାଣ୍ଡରେ ଡେମୋ ଦେଖାଇଥିଲେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ, ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକ । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ କ୍ରାଇଣବ୍ରାଞ୍ଚକୁ ଅନେକ ତଥ୍ୟ ଦେଇଛନ୍ତି ଶର୍ମିଷ୍ଠା ଓ ଝୁନା ଭୋଇ । ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି, ଜାନୁଆରୀ ୧୦ ତାରିଖ ପରେ ଶର୍ମିଷ୍ଠାଙ୍କ ଦୟାଲ ଆଶ୍ରମରେ ରହୁଥିଲେ ମାନସ । ଜାନୁଆରୀ ୩୦ରେ ତାଙ୍କୁ ସମ୍ପୂର୍ଣ୍ଣ ଅଫିସ ଡାକିଥିଲେ ଶର୍ମିଷ୍ଠା ଓ ନିରଞ୍ଜନ ।

ଭିଡିଓ ରେକର୍ଡିଂ ଥିବା ଚିପ୍‌ ଦେବାକୁ କହିଥିଲେ । ସେଠାରେ ମାନସଙ୍କୁ ମାଡ଼ ମାରିବା ପରେ ଦୟାଲ ଆଶ୍ରମ ଆଣିଥିଲେ ଶର୍ମିଷ୍ଠା ଓ ନିରଞ୍ଜନ । ଆଶ୍ରମରୁ ମାନସଙ୍କ କ୍ୟାମେରା ନେଇଯାଇଥିଲେ । ପରଦିନ ଆଶ୍ରମ ଛାଡ଼ି ଭୁବନେଶ୍ୱରରେ ଅନ୍ୟ ସ୍ଥାନରେ ରହିଥିଲେ ମାନସ । ମେମୋରୀ ଚିପ୍‌ ଫେରାଇବା ପାଇଁ ଶର୍ମିଷ୍ଠାଙ୍କ ପାଖରୁ ୧୦ ହଜାର ଟଙ୍କା ଓ କ୍ୟାମେରା ମାଗିଥିଲେ । ଫେବ୍ରୁଆରୀ ୫ ତାରିଖରେ ଚାନ୍ଦବାଲି ବାହାଘର ସୁଟିଂ ପାଇଁ ଯାଇଥିଲେ ମାନସ । ଏହି ଖବର ପାଇ ଶର୍ମିଷ୍ଠା ଓ ସହଯୋଗୀ ଚାନ୍ଦବାଲିରୁ ତାଙ୍କୁ ଅପହରଣ କରି ଆଣିଥିଲେ ।

ମାନସଙ୍କୁ କେମିତି ଓ କେଉଁ ପରିସ୍ଥିତିରେ ହତ୍ୟା କରାଗଲା ଅଭିଯୁକ୍ତଙ୍କ ପାଖରୁ ତଥ୍ୟ ବାହାର କରିଛି କ୍ରାଇମବ୍ରାଞ୍ଚ । କିନ୍ତୁ ଏଯାଏ ଜଣା ପଡିଲା ନାହିଁ ହତ୍ୟାର କାରଣ । ମେମୋରୀ ଚିପ୍‌ ରହସ୍ୟର ପର୍ଦ୍ଦାଫାସ ହୋଇ ପାରିନି । ମେମୋରୀ ଚିପ୍‌ ନମିଳିଲେ ମାନସ ମର୍ଡର ମିଷ୍ଟ୍ରିର ଅନେକ ଗୁମର ଲୁଚିଯିବ ।

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ସାମନାକୁ ଆସିଲା ନୂଆ ତଥ୍ୟ । ମେମୋରୀ ଚିପ୍‌ ଫେରାଇବା ପାଇଁ ଶର୍ମିଷ୍ଠାଙ୍କୁ ୧୦ ହଜାର ଟଙ୍କା ଓ କ୍ୟାମେରା ମାଗିଥିଲେ ମାନସ । ସେହିପରି ସମ୍ପୂର୍ଣ୍ଣ ଅଫିସରେ ମେମୋରୀ ଚିପ୍‌ ମାଗିବା ସହ ତାଙ୍କୁ ମାଡ଼ ମାରିଥିଲେ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀ । ଦ୍ୱିତୀୟ ପର୍ଯ୍ୟାୟରେ ତିନି ଦିନିଆ ରିମାଣ୍ଡରେ କ୍ରାଇମବ୍ରାଞ୍ଚକୁ ବହୁ ତଥ୍ୟ ଦେଇଛନ୍ତି ଶର୍ମିଷ୍ଠା ଓ ଝୁନା ଭୋଇ । ମାନସଙ୍କ ରଣପୁର ଘରେ ଓ ଭୁବନେଶ୍ୱରରେ ସେ ବହୁ ସ୍ଥାନରେ ଖୋଜାଖୋଜି ପରେ ବି ରହସ୍ୟମୟ ମେମୋରୀ ଚିପ୍‌ ଏଯାଏ ମିଳିଲା ନାହିଁ ।

KNews Bureau

Recent Posts

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

1 hour ago

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା…

1 hour ago

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

2 hours ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

2 hours ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

2 hours ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

2 hours ago