ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ଏଏସଆଇ ରବି ସାହୁ, ୫ ହଜାର ଲାଞ୍ଚ ଟଙ୍କା ଜବତ

ଭୁବନେଶ୍ୱର(କେନ୍ୟୁଜ) : ଲାଞ୍ଚ ନେବା ବେଳେ ଆଜି ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଛନ୍ତି ଜଣେ ପୋଲିସ ଏଏସଆଇ । ଜଣେ ଅଭିଯୁକ୍ତଙ୍କ ନାମରେ କେସ ଫାଇଲ କରିବାକୁ ଧମକ ଦେଇ ଲାଞ୍ଚ ଟଙ୍କା ମାଗିଥିଲେ । ହେଲେ ଲାଞ୍ଚ ଗ୍ରହଣ କଲାବେଳେ ଭିଜିଲାନ୍ସ ଟିମ ମାଡ଼ି ବସିଛନ୍ତି । ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କ ନାମରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ ଆଜି ମଞ୍ଚେଶ୍ୱର ଥାନା ଏଏସ୍‌ଆଇ ରବି ସାହୁ ଜଣେ ଅଭିଯୁକ୍ତଙ୍କୁ ଖସାଇ ଦେବାକୁ କହି ୫ ହଜାର ଟଙ୍କା ଦାବି କରିଥିଲେ । ନହେଲେ ତାଙ୍କ ନାମରେ କେସ ଫାଇଲ କରିବେ ବୋଲି ଧମକ ଦେଇଥିଲେ । ବ୍ୟକ୍ତି ଜଣକ ରବି ସାହୁଙ୍କୁ ୫ ହଜାର ଟଙ୍କା ଦେବା ବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଛପି ରହିଥିବା ଭିଜିଲାନ୍ସ ଟିମ ତତ୍‌କ୍ଷଣାତ୍‌ ତାଙ୍କୁ ମାଡି ବସିଥିଲେ ।

ତାଙ୍କ ଠାରୁ ଲାଞ୍ଚ ଟଙ୍କା ୫ ହଜାର ଜବତ କରିବା ସହ ଏକ ଭିଜିଲାନ୍ସ କେସ ଦାୟର କରିଛନ୍ତି । ଅଧିକ ତଦନ୍ତ ଜାରି ରହିଛି । ଭୁବନେଶ୍ୱରରୁ ରାଜାଙ୍କ ରିପୋର୍ଟ କେନ୍ୟୁଜ ଓଡିଶା ।

Leave A Reply

Your email address will not be published.