ଓଡ଼ିଶାର ମଣ୍ଡା ମଇଁଷିକୁ ମିଳିଲା ଜାତୀୟ ମାନ୍ୟତା, ଏମାନଙ୍କ ସଂରକ୍ଷଣ ସହ ସଂଖ୍ୟା ବଢାଇବାକୁ ପ୍ରୟାସ ଜାରି

ଭୁବନେଶ୍ବର(କେନ୍ଯୁଜ୍): ମଣ୍ଡା ମଇଁଷିକୁ ସ୍ୱତନ୍ତ୍ର ପ୍ରଜାତି ମାନ୍ୟତା । ଓଡ଼ିଶାର ମଣ୍ଡା ମଇଁଷିକୁ ମିଳିଛି ଜାତୀୟ ମାନ୍ୟତା । ରାଷ୍ଟ୍ରୀୟ ପଶୁ ଆନୁବଂଶିକ ସଂଶାଧନ ବ୍ୟୁରୋ ଏହାକୁ ଦେଶର ୧୯ ତମ ମଇଁଷି ପ୍ରଜାତି ମାନ୍ୟତା ଦେଇଛି । କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ଅଧିକ ସଂଖ୍ୟାରେ ଦେଖିବାକୁ ମିଳିଛନ୍ତି ଏହି ମଣ୍ଡା ମଇଁଷି । ସେମାନଙ୍କ ସଂଖ୍ୟା ପ୍ରାୟ ଏକ ଲକ୍ଷ ହେବ । ଏମାନେ ଆକାରରେ ଛୋଟ ଓ ବହୁ ହୃଷ୍ଟପୃଷ୍ଟ । ପ୍ରତି ଦିନ ପ୍ରାୟ ଅଢେଇରୁ ୪ ଲିଟର କ୍ଷୀର ଦିଅନ୍ତି । ଉଭୟ ଅଣ୍ଡିରା ଓ ମାଈ ମଇଁଷିଙ୍କୁ ଚାଷ କାର୍ଯ୍ୟରେ ନିୟୋଜିତ କରାଯାଇଥାଏ । ଏହି ସ୍ୱତନ୍ତ୍ର ପ୍ରଜାତି ମଇଁଷିର ରୋଗ ପ୍ରତିରୋଧକ ଶକ୍ତି ଅଧିକ । ତେଣୁ ଏମାନେ କ୍ୱଚିତ କୌଣସି ରୋଗରେ ଆକ୍ରାନ୍ତ ହୁଅନ୍ତି । ଏମାନଙ୍କର ପ୍ରଜନନ କ୍ଷମତା ମଧ୍ୟ ଅଧିକ । ୪ବର୍ଷ ହେବା ବେଳକୁ ପ୍ରଥମ ବାଛୁରୀ ଜନ୍ମ ଦିଅନ୍ତି । ୨୦ବର୍ଷ ପର୍ଯ୍ୟନ୍ତ ଏହି ପ୍ରଜାତିର ମଇଁଷି ପ୍ରତି ଦେଢରୁ ୨ବର୍ଷରେ ବାଛୁରୀ ଜନ୍ମ କରିଥାଏ ।

ରାଜ୍ୟ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ମାଣ୍ଡା ମଇଁଷି ପ୍ରଜାତିକୁ ପ୍ରଥମେ ଚିହ୍ନଟ କରାଯାଇଥିଲା । ଓୟୁଏଟିର ମିଳିତ ସହଯୋଗରେ ତକ୍ତାଳୀନ ବିଭାଗୀୟ ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀ ଏବଂ ପ୍ରାଣୀ ବଂଶାବଳୀ ବିଶେଷଜ୍ଞ ଡ. ସୁଶାନ୍ତ କୁମାର ଦାଶଙ୍କ ନେତୃତ୍ୱରେ ସବିଶେଷ ସର୍ବେକ୍ଷଣ କରାଯାଇ ଏନ୍‌ବିଏଜିଆରଙ୍କ ନିକଟରେ ରିପୋର୍ଟ ଉପସ୍ଥାପନା କରାଯାଇଥିଲା । ଏହି ମାନ୍ୟତା ପରେ ସେମାନଙ୍କ ସଂରକ୍ଷଣ ସହ ସଂଖ୍ୟା ବଢାଇବାକୁ ପ୍ରୟାସ ଜାରି କରାଯାଇଛି । ଏଥିସହ ସେମାନଙ୍କ କ୍ଷୀର ଜାତୀୟ ଉତ୍ପାଦର ବିକ୍ରୀ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସୁଯୋଗ ବ୍ୟାପକ କରିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.