ଗାଡ଼ିରେ ତୁରନ୍ତ ଲଗାନ୍ତୁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ, ଅକ୍ଟୋବର ୧ରୁ ହେବ କଡ଼ାକଡ଼ି ଯାଞ୍ଚ

କେନ୍ୟୁଜ୍(ବ୍ୟୁରୋ):ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନ ଲଗାଇଲେ କଟିବ ଚାଲାଣ । ୫ ହଜାର କିମ୍ବା ୧୦ ହଜାର ଜୋରିମାନା ଆଦାୟ କରିବ ପରିବହନ ବିଭାଗ । ଗାଡ଼ିର ପୁରୁଣା ନମ୍ବର ପ୍ଲେଟ ଗୁଡିକୁ ପରିବର୍ତ୍ତନ କରି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଯେଉଁ ଗାଡ଼ିଗୁଡ଼ିକର ନମ୍ବର ଶେଷରେ ୧,୨, ୩ କିମ୍ବା ୪ ରହିଛି ସେମାନଙ୍କର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲଟର ସମୟସୀମା ସେପ୍ଟେମ୍ବର ୩୦ରେ ଶେଷ ହେବ ।

ଅକ୍ଟୋବର ୧ ରୁ କଡାକଡି ହେବ ଯାଞ୍ଚ । ଗାଡ଼ି ନମ୍ବର ଶେଷରେ ୫ କିମ୍ବା ୬ ଥିଲେ ଅକ୍ଟୋବର ୩୧ ସୁଦ୍ଧା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ବାଧ୍ୟତାମୂଳକ । ସେହିପରି ଗାଡ଼ି ନମ୍ବର ଶେଷରେ ୭ କିମ୍ବା ୮ ଥିଲେ ନଭେମ୍ବର ୩୦ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଶେଷ ତାରିଖ । ନମ୍ବର ଶେଷରେ ୯ କିମ୍ବା ୦ ଥିଲେ ଡିସେମ୍ବର ୩୧ ଶେଷ ତାରିଖ ରଖାଯାଇଛି । ତୁରନ୍ତ ନମ୍ବର ପ୍ଲେଟ ପରିବର୍ତ୍ତନ କରିବାକୁ ପରିବହନ ବିଭାଗର ସୂଚନା ଜାରି କରିଛି ।

 

Leave A Reply

Your email address will not be published.