ଏଣିକି ସରକାରୀ ବୈଠକ ଓ ସମ୍ମିଳନୀରେ ଦିଆଯାଉ ମାଣ୍ଡିଆ ଜଳଖିଆ, ବିଭାଗୀୟ ସଚିବମାନଙ୍କୁ ପତ୍ର ଲେଖିଲେ କୃଷି ସଚିବ

ଭୁବନେଶ୍ୱର (କେନ୍ୟୁଜ): ଏଣିକି ବିଭିନ୍ନ ସରକାରୀ ବୈଠକ ଓ ସମ୍ମିଳନୀରେ ଦିଆଯିବ ମାଣ୍ଡିଆ ଜଳଖିଆ। ଏନେଇ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ଅତିରିକ୍ତ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିସନର ତଥା ସଚିବଙ୍କୁ ପତ୍ର ଲେଖିଛନ୍ତି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ। ମାଣ୍ଡିଆରୁ ପ୍ରସ୍ତୁତ ଚକୋଲେଟ, ମିକ୍ସର, ନିମିକି, ଖୁର୍‌ମା, ସେଓ, ପିଠା, ଛତୁଆ ଆଦି ଅତ୍ୟନ୍ତ ସ୍ୱାଦିଷ୍ଟ ଓ ଗ୍ରାହକ ମହଲରେ ଆଦୃତ ହୋଇଛି।

ଓଡ଼ିଶା ମିଲେଟ ମିସନ ଦ୍ୱାରା ପ୍ରଶିକ୍ଷିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ବିଭିନ୍ନ ବିଭାଗକୁ ମାଣ୍ଡିଆ ପ୍ରସ୍ତୁତ ସାମଗ୍ରୀ ଯୋଗାଣ ଏକ ବଡ଼ ଆର୍ଥିକ ସୁଯୋଗ ସୃଷ୍ଟି କରିବ ବୋଲି ଚିଠିରେ ଲେଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ରାଜ୍ୟ ସରକାରଙ୍କ ଫ୍ଲାଗ୍‌ ସିପ୍‌ ଯୋଜନା ମିଲେଟ ମିସନ ରାଜ୍ୟର ୧୯ଟି ଜିଲ୍ଲାରେ କାର୍ଯ୍ୟ କରୁଥିବା ସେ ଚିଠିଲେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.