ଉଦଳା : ମନ୍ଦିରରେ ଲୁଟ୍ । ଶୀତ ରାତିରେ ମନ୍ଦିରରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ୯ନମ୍ବର ଏନଏସି ୱାର୍ଡରେ ଦୁଇଟି ମନ୍ଦିରରୁ ଚୋରି ହୋଇଛି । ମଣି ନାଗେଶ୍ବର ଓ ଗାୟତ୍ରୀ ମନ୍ଦିରରୁ ଲୁଟିନେଇଛନ୍ତି ଲୁଟେରା । ମଣି ନାଗେଶ୍ବର ମନ୍ଦିରରେ ପଶି ଠାକୁରଙ୍କ ପିତ୍ତଳ ହାଣ୍ଡି ସହ ହୁଣ୍ଡି ଭାଙ୍ଗି ଟଙ୍କା ନେଇଯାଇଛନ୍ତି । ୭ବର୍ଷ ହେବ ହୁଣ୍ଡି ବାକ୍ସ ଖୋଲାଯାଇଥିବାରୁ କେତେ ଟଙ୍କା ଲୁଟ୍ ହୋଇଛି ସ୍ପଷ୍ଟ ହୋଇନାହିଁ । ସେପଟେ ଗାୟତ୍ରୀ ମନ୍ଦିର ଗେଟ୍ ଭାଙ୍ଗି ମାଆଙ୍କ ରୁପା ମୁକୁଟ, ରୁପା ବାସନ ଓ ପିତ୍ତଳ ବାସନ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ଉଦଳା ପୋଲିସ ।
Also Read : ସଟସର୍କିଟ ଯୋଗୁଁ ଲାଗିଲା ନିଆଁ, ଜଳିଗଲା ଗୋଟିଏ ପରିବାରର ୪ ବଖରା ଘର