ରାଜ୍ୟ

କଟକ ରେଲୱେ ଷ୍ଟେସନରେ ବିକ୍ରି ହେଲା ମାଣିଆବନ୍ଧ ହସ୍ତତନ୍ତ୍ର, ପ୍ରତିଶ୍ରୁତି ପୂରଣ କଲେ ରେଳମନ୍ତ୍ରୀ

କଟକ (କେନ୍ୟୁଜ): ପ୍ରତିଶ୍ରୁତି ଦେଇଥିଲେ, ପୂରଣ କଲେ । କଟକ ରେଲୱେ ଷ୍ଟେସନରେ ବିକ୍ରି ହେଲା ମାଣିଆବନ୍ଧ ହସ୍ତତନ୍ତ୍ର । ଗତ ସାତ ତାରିଖ ଦିନ କଟକ ଗସ୍ତ ଅବସରରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମାଣିଆବନ୍ଧର ବୁଣାକାରଙ୍କୁ ‘ ଗୋଟିଏ ଷ୍ଟେସନ୍- ଗୋଟିଏ ଉତ୍ପାଦ ‘ ଯୋଜନାରେ କଟକ ରେଳ ଷ୍ଟେସନରେ ମାଣିଆବନ୍ଧ ହସ୍ତତନ୍ତ ଉତ୍ପାଦ ବିକ୍ରୟର ସୁଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହାର ୫ ଦିନ ପରେ କଟକ ଷ୍ଟେସନରେ ମାଣିଆବନ୍ଧ ଶାଢ଼ି ବିକ୍ରି ଆରମ୍ଭ ହୋଇଛି ।

ଗତକାଲି ନିଜେ ରେଳମନ୍ତ୍ରୀ କଟକ ରେଲୱେ ଷ୍ଟେସନର ଏହି ଷ୍ଟଲ ବୁଲି ଦେଖିଥିଲେ । ପ୍ରାୟ ୫ହଜାରରୁ ଅଧିକ ବୁଣାକାରଙ୍କୁ ନେଇ ଗଠିତ ମାଣିଆବନ୍ଧ ହାଣ୍ଡଲୁମ୍ କ୍ଲଷ୍ଟର୍ ପକ୍ଷରୁ କଟକ ରେଳ ଷ୍ଟେସନରେ ହସ୍ତତନ୍ତ୍ର ଉତ୍ପାଦ ପ୍ରଦର୍ଶନ ଓ ବିକ୍ରି କରାଯାଉଛି। ଲୋକଙ୍କୁ ଆଉ ମାଣିଆବନ୍ଧ ଯିବାକୁ ପଡିବ ନାହିଁ ।  ଏହି ଷ୍ଟଲରେ ମାଣିଆ ବନ୍ଧ ଶାଢ଼ୀ ସହ ଧୋତି, ଡ୍ରେସ କପଡା, ଲୁଙ୍ଗି, ରୁମାଲ, ଗାମୁଛା , ଡ୍ରେସ କପଡା ବି ମିଳୁଛି । କଟକ ସହର ସମେତ ଆଖପାଖର ଗ୍ରାହକ ଏହାର ସୁଯୋଗ ନେଇ ପାରିବେ । ବର୍ତ୍ତମାନ ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୧୨ଟି ରେଳ ଷ୍ଟେସନରେ ଓଏସ୍ଓପି ଷ୍ଟଲସ୍ ଚାଲିଛି । ସେସବୁ ଷ୍ଟେସନରେ ସ୍ଥାନୀୟ କାରିଗରଙ୍କ ଉତ୍ପାଦ ପ୍ରଦର୍ଶିତ ହେଉଛି ।

 

 

 

Barsha

Recent Posts

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

15 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

18 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

25 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ଭର୍ତ୍ତି, ଡାକ୍ତର କଲେ ମୃତ ଘୋଷଣା

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

27 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

1 hour ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

1 hour ago