ଡିଲର ପଏଣ୍ଟ ଆଗରେ ହୋ ହାଲ୍ଲା କଲେ ହିତାଧିକାରୀ, ରାସନ ସାମଗ୍ରୀ ଓଜନରେ ହେଉଛି ହେରଫେର

ବାସୁଦେବପୁର: ରାସନ ସାମଗ୍ରୀ ବଣ୍ଟନ ହେଉଥିବା ବେଳେ ତାତିଲେ ଲୋକେ । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର ୧୩ ନମ୍ବର ୱାର୍ଡରେ ଓଜନରେ ହେରଫେର ଅଭିଯୋଗ କରି ଡିଲର ପଏଣ୍ଟ ଆଗରେ ହୋ ହାଲ୍ଲା କଲେ ହିତାଧିକାରୀ । ଦାୟିତ୍ୱରେ ଥିବା ଡିଲର ଓଜନରେ ହେରଫେର କରୁଥିବା ଅଭିଯୋଗ କରି ହିତାଧିକାରୀମାନେ ହୋହାଲ୍ଲା କରିଥିଲେ । ଡିଲର ୧୦ କିଲୋ ଓଜନରେ ୨୦୦ ଗ୍ରାମରୁ ୩୦୦ ଗ୍ରାମ କମ୍‌ ରାସନ ବାଣ୍ଟୁଥିବା ହିତାଧିକାରୀମାନେ ଜାଣିବାକୁ ପାଇଥିଲେ । ଏହାକୁ ନେଇ ଡିଲରଙ୍କୁ ଅଭିଯୋଗ କରିବା ପରେ ସମ୍ପୃକ୍ତ ଡିଲର ରାସନ ସାମଗ୍ରୀ ବଣ୍ଟନ ବନ୍ଦ କରିଦେଇଥିଲା । ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଯାଇଥିଲା । ଖବର ପାଇ ବାସୁଦେବପୁର ଯୋଗାଣ ବିଭାଗର ଅଧିକାରୀ ପହଞ୍ଚି ଓଜନ ମେସିନକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।

You might also like