ମନୀଷ ଅନୁରାଗ ମୃତ୍ୟୁ ମାମଲା: ୩ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ୍

ଭୁବନେଶ୍ବର(କେନ୍ଯୁଜ୍): ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତ ଗିରଫ । ମୃତ୍ୟୁଞ୍ଜୟ ମିଶ୍ର, ଦିନେଶ ମହାପାତ୍ର ଓ ଅମ୍ରିତ ବିଶ୍ୱାଳଙ୍କୁ ବାନ୍ଧିଛି କମିଶନରେଟ ପୋଲିସ । ହତ୍ୟା, ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟ ଅଭିଯୋଗରେ ସମସ୍ତଙ୍କୁ ଗିରଫ କରାଯାଇଛି । ଏ ନେଇ ପ୍ରେସମିଟ୍‌ରେ ଭୁବନେଶ୍ୱର ଡିସିପି ସବିଶେଷ ସୂଚନା ଦେବେ ।

ସାଙ୍ଗମାନଙ୍କୁ ତିନି ଦିନ ହେବ ମାରାଥନ୍‌ ଜେରା ଚାଲିଥିଲା। ମନିଷଙ୍କ ଚୁଡାନ୍ତ ପୋଷ୍ଟମର୍ଟମ ରିପୋର୍ଟ ପୋଲିସକୁ ହସ୍ତାନର କରିଛି ଏମସ । ଖୁବଶୀଘ୍ର ହ୍ରାଇଦ୍ରାବାଦରୁ ଭିସେରା ଓ ଡାଏଟମ୍‌ ଟେଷ୍ଟ ରିପୋର୍ଟ ଆସିବ । ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ଏଥିସହ ସାଉଥ୍‌ ସିଟି ବାରରୁ ମନିଷଙ୍କ ମୃତଦେହ ଉଦ୍ଧାର ହୋଇଥିବା ପୋଖରୀ ଯାଏ ସବୁ ସିସିଟିଭି ଫୁଟେଜର ତନ୍ନ ତନ୍ନ ଯାଞ୍ଚ କରାଯାଉଛି ।

Leave A Reply

Your email address will not be published.