ରାଜ୍ୟ

ମନୀଷ ହତ୍ୟା ମାମଲା: ୩ ଅଭିଯୁକ୍ତଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ବର(କେନ୍ଯୁଜ୍):ମନୀଷ ଅନୁରାଗ ହତ୍ୟା ମାମଲାରେ ଖୋଲିବ ଅଧିକ ଗୁମର। ୩ ଅଭିଯୁକ୍ତଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ। ଏନେଇ ଇନ୍‌ଫୋସିଟି ଥାନା ପୋଲିସ କୋର୍ଟରେ ଆବେଦନ କରିଛି। ଅମ୍ରିତ, ମୁତ୍ୟୁଞ୍ଜୟ ଓ ଦିନେଶଙ୍କର ମିଛଧରା ପରୀକ୍ଷା କରାଇବାକୁ କୋର୍ଟରେ ଆବେଦନ କରାଯାଇଛି।

ପୂର୍ବରୁ ୩ ସାଙ୍ଗଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ହତ୍ୟା ଘଟଣାରେ ଅନେକ ତଥ୍ୟ ହାସଲ କରିଛି ପୋଲିସ। ତେବେ ସେମାନଙ୍କ ବୟାନରେ ତାଳମେଳ ରହିନଥିଲା। ଫଳରେ ଏବେ ମନିଷ ମୃତ୍ୟୁ ମାମଲାରେ ଅଧିକ ତଥ୍ୟ ହାସଲ ପାଇଁ ଲାଏ ଡିଟେକ୍ସନ ଟେଷ୍ଟ ଏକମାତ୍ର ବିକଳ୍ପ ହୋଇଥିବାରୁ ପୋଲିସ ଏହି ଉପାୟ ଆପଣାଇଛି। ଗତ ୧୦ ତାରିଖ ଦିନ ତମାଣ୍ଡୋ ଥାନା ଅନ୍ତର୍ଗତ ନମ୍ରକାନି ମନ୍ଦିର ପାଖ ପୋଖରୀରୁ ମନିଷଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ ।

ତେବେ ମନୀଷ ଅନୁରାଗ ମୃୃତ୍ୟୁର ତିନି ଅଭିଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର, ଅମ୍ରିତ ବିଶ୍ୱାଳ ଓ ଦୀନେଶ ମହାପାତ୍ରଙ୍କ ମୁହଁରୁ ଗୋଟି ଗୋଟି ସତ ବାହାର କରୁଛି ପୋଲିସ । ରିମାଣ୍ଡରେ ନେଇ ଇନଫୋସିଟି ଥାନାରେ ମାରାଥନ୍‌ ଜେରା କରାଯାଇଛି । ମୃତ୍ୟୁ ରହସ୍ୟର ତଥ୍ୟ ମିଳିସାରିଛି । ଏବେ ପ୍ରମାଣ ସାଉଣ୍ଟିବାରେ ଲାଗିପଡିଛି ପୋଲିସ । ଡେମୋ ଦେଖାଇଛନ୍ତି ତିନି ଅଭିଯୁକ୍ତ ।

ସୂଚନା ଥାଉକି, ନିକଟରେ ମନିଷଙ୍କ ମୃତ୍ୟୁ ପୂର୍ବର ଶେଷ ଫୋନ୍‌ କଲ୍‌ ରେକର୍ଡ ସାମ୍ନାକୁ ଆସିଛି। ଯେଉଁଥିରେ ମୃତ୍ୟୁର ସେହି ରାତିରେ ତାଙ୍କ ମାଆଙ୍କୁ ଫୋନ୍‌ କରିଥିଲେ ମନିଷ। ଉଭୟ ମା ପୁଅ ଅଳ୍ପ ସମୟ ପାଇଁ କଥା ହୋଇଥିଲେ । ମନୀଷ କହିଥିଲେ ୧୫ରୁ ୨୦ ମିନିଟ୍‌ ଭିତରେ ସେ ଘରେ ପହଞ୍ଚିଯିବେ। ତାପରେ ମା ପଚାଇଥିଲେ କୁଆଡେ ଯାଉଛି କି? ଏହାର ଉତ୍ତରରେ ମନୀଷ କହିଥିଲେ ହଁ ମୁଁ ଟିକେ ବାହାରେ ଅଛି। କିନ୍ତୁ ଆଉ ରାତି ୧୨ଟା ପରେ ଫୋନ୍‌ ଉଠାଇନଥିଲେ ମନୀଷ। ଏହାପରେ ମନୀଷଙ୍କ ମୃତ୍ୟୁ ଖବର ଚାରିଆଡେ ପ୍ରଚାର ହୋଇଥିଲା ।

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago