ମନୀଷ ମୃତ୍ୟୁ ଘଟଣା: ଫୁଲବାଣୀ ଟାଉନ ଥାନାରେ ୨ ଯୁବକଙ୍କ ଆତ୍ମସମର୍ପଣ

ଭୁବନେଶ୍ବର(କେନ୍ଯୁଜ୍): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ଘଟଣାରେ ୨ ଜଣଙ୍କ ଆତ୍ମସମର୍ପଣ। ଫୁଲବାଣୀ ଟାଉନ ଥାନାରେ ୨ ଯୁବକ ଆତ୍ମସମର୍ପଣ କରିଛନ୍ତି। ମୃତ୍ୟୁ ପୂର୍ବରୁ ମନୀଷଙ୍କ ସହ ହୋଟେଲରେ ଥିଲେ ଏହି ୨ ଯୁବକ।CCTV ଫୁଟେଜ୍‌ ଆଧାରରେ ଉଭୟଙ୍କୁ ଚିହ୍ନଟ କଲା ପୋଲିସ। ଅନ୍ୟ ଜଣଙ୍କୁ ପୋଲିସ ଉଠାଇ ଆଣି ପଚରାଉଚରା କରୁଛି ପୋଲିସ ।

ସୂଚନା ଥାଉକି, ଶ୍ୱାସରୁଦ୍ଧ କାରଣରୁ ମନୀଷଙ୍କ ମୃତ୍ୟୃ ଘଟିଥିବା ଜଣାପଡିଛି। ମୃତଦେହ ବ୍ୟବଛେଦ ରିପୋର୍ଟ ପ୍ରାଥମିକ ତଥ୍ୟ ଅନୁସାରେ ଏହି ସୂଚନା ମିଳିଛି। ତେବେ କିଭଳି ମନିଷଙ୍କ ଶ୍ୱାସରୁଦ୍ଦ ହେଲା ତାହା ପରେ ଜଣାପଡିବ। କାରରେ ହତ୍ୟା ପରେ ପୋଖରୀରେର ଫିଙ୍ଗିଦିଆଯାଇଥିବା ସନ୍ଦେହ କରାଯାଉଛି।

ମନୀଷଙ୍କ ଶରୀରରେ କୌଣସି ବାହ୍ୟ କ୍ଷତ ଚିହ୍ନ ନାହିଁ। ଅନ୍ୟପଟେ ଡାଏଟମ୍‌ ଟେଷ୍ଟ ପାଇଁ ନମୁନା ପଠାଯାଇଛି। ପାକସ୍ଥଳୀରେ ହଜମ ହୋଇ ନ ଥିବା ଖାଦ୍ୟ ନମୁନା ପରୀକ୍ଷା ପାଇଁ ହାଇଦ୍ରାବାଦ ପଠାଯାଇଛି । ଭିସେରା ଓ ଡାଏଟମ ଟେଷ୍ଟ ପାଇଁ ନମୁନା ରାଜ୍ୟ ଫରେନସିକ୍‌ ଲାବକୁ ପଠାଯାଇଛି । ସେପଟେ ମନିଷ ସାଙ୍ଗ ସହିତ ଇନଫୋସିଟିରୁ ଯେଉଁ ଧଳା କାରରେ ଯାଇଥିଲେ ତାକୁ ଜବତ କରିଛି ପୋଲିସ । ତାଙ୍କ ସାଙ୍ଗକୁ ଅଟକ ରଖି ପଚରାଉଚରା ଚାଲିଛି ।  ଅଧିକ ତଦନ୍ତ ପାଇଁ ଇନଫୋସିଟି ଥାନା ପୋଲିସ ସାଉଥ୍‌ସିଟି ହୋଟେଲକୁ ମଧ୍ଯ ସିଲ୍‌ କରିଛି।

ମନୀଷଙ୍କ ମୃତ୍ୟୁ ପୂର୍ବରୁ ଶେଷ ସିସିଟିଭି ଫୁଟେଜ ଆସିଛି। ରାତି ପ୍ରାୟ ୩ଟା ୨୯ ମିନିଟରେ ସେ ହୋଟେଲ ବାହାରକୁ ଏକୁଟିଆ ଏକ କାର ଆଡକୁ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଛି। ମାତ୍ର ଏହି କାର୍‌ ଭିତରେ କିଏ ଥିଲେ ଓ କଣ ଘଟିଲା ସେନେଇ ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ମନୀଷଙ୍କ ମୋବାଇଲ ଫୋନ୍‌ ମିଳୁନଥିବାରୁ ପୋଲିସ ପାଇଁ ରହସ୍ୟ ବେଦ କରିବାରେ ସମସ୍ୟା ସୃଷ୍ଟି ହୋଇଛି।

ତେବେ ମନୀଷଙ୍କ ମୃତ୍ୟୁ ଘଟଣାରେ ଏବେ ୨ ଜଣଙ୍କ ଆତ୍ମସମର୍ପଣ କରିବା ପରେ ବର୍ତ୍ତମାନ ଘଟଣାର ରହସ୍ଯ ଉପରୁ ପରଦା ଉଠିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.