ମନିଷ ଅନୁରାଗଙ୍କ ସୈତାନ ସାଙ୍ଗଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ,ଏସଡିଜେଏମ କୋର୍ଟରେ ଆଜି ଅଛି ଶୁଣାଣି

କେନ୍ୟୁଜ୍(ବ୍ୟୁରୋ):ମନିଷ ଅନୁରାଗ ମୃତ୍ୟୁ ମାମଲାରେ ଗିରଫ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ । ଏଥିପାଇଁ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ କମିଶନରେଟ ପୋଲିସ କରିଥିବା ଆବେଦନର ଆଜି ଶୁଣାଣି ଅଛି । ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ ହୋଇଛି । କୋର୍ଟ କେତେ ଦିନ ଅନୁମତି ଦେବେ ତାଉପରେ ନଜର । ଗତକାଲି ୩ ଅଭିଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର, ଦିନେଶ ମହାପାତ୍ର ଓ ଅମ୍ରିତ ବିଶ୍ୱାଳଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା । ଏହାପରେ ସେମାନଙ୍କୁ ପଠାଇ ଦିଆଯାଇଥିଲା ବିଚାର ବିଭାଗୀୟ ହାଜତ ।

ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ସିନ୍‌ ରିକ୍ରିଏସନ୍‌ ସହ ଅଧିକ ତଥା ଉଗାରିବ ପୋଲିସ । ଏମାନେ ମନିଷଙ୍କ ସାଙ୍ଗ ଥିଲେ । ୯ ତାରିଖ ରାତିରେ ହୋଟେଲରେ ବିଲ୍‌ ପେମେଣ୍ଟକୁ ନେଇ ଗଣ୍ଡଗୋଳରୁ ଏହି ହତ୍ୟା ହୋଇଥିଲା । ପରେ ପ୍ରମାଣ ନଷ୍ଟ କରିବାକୁ ଅଭିଯୁକ୍ତ ପୋଖରୀରେ ମନିଷଙ୍କ ମୃତଦେହ ଫିଙ୍ଗି ଦେଇଥିଲେ । ଗତ ୧୦ ତାରିଖ ଦିନ ତମାଣ୍ଡୋ ଥାନା ଅନ୍ତର୍ଗତ ନମ୍ରକାନି ମନ୍ଦିର ପାଖ ପୋଖରୀରୁ ମନିଷଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପରିବାର ଲୋକ ଆଣିଥିଲେ ହତ୍ୟା ଅଭିଯୋଗ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.