ବନ୍ଧୁ ସାଜିଲା ବଇରୀ, ସାଙ୍ଗମାନଙ୍କ ଆକ୍ରମଣରେ ହୋଇଛି ମନୀଷଙ୍କ ମୃତ୍ୟୁ: ଡିସିପି

ଭୁବନେଶ୍ବର(କେନ୍ଯୁଜ୍): ବନ୍ଧୁ ସାଜିଲା ବଇରୀ। ପ୍ରେସ୍‌ମିଟ୍‌ରେ ଡିସିପି ଉମାଶଙ୍କର ଦାଶଙ୍କ ସୂଚନା, ମନୀଷଙ୍କୁ ମାରିଛନ୍ତି ୩ ସାଙ୍ଗ। ମନୀଷ ୩ ସାଙ୍ଗଙ୍କ ସହ ପ୍ରଥମେ ଲକ୍ଷ୍ମୀସାଗର ଅଞ୍ଚଳ ଯାଇଥିଲେ। ପରେ ଭୋର ସମୟରେ ପାତ୍ରପଡ଼ା ଅଞ୍ଚଳର ହୋଟେଲ୍‌କୁ ଯାଇଥିଲେ। ହୋଟେଲ୍‌ରେ ବିଲ୍‌ ପେମେଣ୍ଟକୁ ନେଇ ପାଟିତୁଣ୍ଡ ହୋଇଥିଲା। ହୋଟେଲ୍‌ ବାହାରେ ମନୀଷକୁ ବନ୍ଧୁମାନେ ଆକ୍ରମଣ କରିଥିଲେ। ସାଙ୍ଗମାନଙ୍କ ଆକ୍ରମଣରେ ମନୀଷଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଡିସିପି।

ମୃତ୍ୟୁ ପରେ ତାଙ୍କ ମୃତଦେହକୁ ପାଖ ପୋଖରୀରେ ଫିଙ୍ଗିଦେଇଥିଲେ। ୩ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରୁଛୁ ବୋଲି ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି DCP। ଗଣ୍ଡଗୋଳ ଏବଂ ଠେଲାପେଲାରେ ମନୀଷଙ୍କ ମୃତ୍ୟୁ ସୂଚନା ମିଳୁଛି। ମୃତ୍ୟୁ ପରେ ପ୍ରମାଣ ନଷ୍ଟ କରିବାକୁ ଶରୀରକୁ ପୋଖରୀକୁ ଫିଙ୍ଗିଥିଲେ। ମୃତ ଶରୀରକୁ ପୋଖରୀରେ ଫିଙ୍ଗିବାକୁ ବ୍ୟବହୃତ ଗାଡ଼ି ସିଜ୍‌ ହୋଇଛି। ମୃତ୍ୟୁଞ୍ଜୟ ମିଶ୍ର, ଦିନେଶ ମହାପାତ୍ର ଓ ଅମ୍ରିତ ବିଶ୍ୱାଳଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

ମନିଷଙ୍କ ଚୁଡାନ୍ତ ପୋଷ୍ଟମର୍ଟମ ରିପୋର୍ଟ ପୋଲିସକୁ ହସ୍ତାନ୍ତର କରିଛି ଏମସ । ଖୁବଶୀଘ୍ର ହ୍ରାଇଦ୍ରାବାଦରୁ ଭିସେରା ଓ ଡାଏଟମ୍‌ ଟେଷ୍ଟ ରିପୋର୍ଟ ଆସିବ । ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ଅଭିଯୁକ୍ତଙ୍କ ନାଁରେ ୩୦୨, ୨୦୧, ୩୪ ଓ ୩୬୪(A) ଧାରାରେ ମାମଲା ରୁଜୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.