ଏସ୍‌ସିବିକୁ ଗଲେ ନବରଙ୍ଗପୁର ବାଲିଝରର କୁନି ଝିଅ ମଞ୍ଜୁଳା, ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନର ତତ୍ପରତା

ନବରଙ୍ଗପୁର (କେନ୍ଯୁଜ୍): ତତ୍ପରତା ଦେଖାଇଲା ପ୍ରଶାସନ । ଯନ୍ତ୍ରଣାରେ ଛଟପଟ ହେଉଥିବା ନବରଙ୍ଗପୁର ବାଲିଝର ଗାଁର କୁନି ଝିଅ ମଞ୍ଜୁଳାକୁ ଅଧିକ ଚିକିତ୍ସା ପାଇଁ ପଠାଗଲା କଟକ ଏସ୍‌ସିବି । ମାସକ ତଳେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା । ସେବେଠୁ ଠିକ୍‌ ଚିକିତ୍ସା ନପାଇବାରୁ ଡାହାଣ ହାତ ପଚି ନଷ୍ଟ ହେଇଯାଇଛି।

ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜିଲ୍ଲାପ୍ରଶାସନ ତତ୍ପରତା ଦେଖାଇଛି । ମଞ୍ଜୁଲତାର ଉନ୍ନତ ଚିକିତ୍ସା ପାଇଁ କଟକ ଏସ୍‌ସିବିକୁ ପଠାଯାଇଛି । ବିଡ଼ିଓଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ଚାରି ଜଣିଆ ଡାକ୍ତରୀ ଦଳ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଏସ୍‌ସିବିକୁ ପଠାଇଛନ୍ତି । ଏଥିପାଇଁ ମଞ୍ଜୁଳାଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବହନ କରିବେ ବୋଲି କହିଛନ୍ତି ସିଡିଏମ୍‌ଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.