ବାଲେଶ୍ଵର ଏସଡିଜେଏମଙ୍କ କୋର୍ଟରେ ମନମୋହନ ସାମଲ, ରାଜା ଚକ୍ରର ଓକିଲଙ୍କ ନାଁରେ ମାନହାନୀ ମକଦ୍ଦମା କଲେ ଦାୟର

ବାଲେଶ୍ଵର: ବାଲେଶ୍ଵର ଏସଡିଜେଏମଙ୍କ କୋର୍ଟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜା ଚକ୍ରଙ୍କ ଓକିଲଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାଏର କରିଛନ୍ତି । ୧ କୋଟି ତିନି ଲକ୍ଷ ଟଙ୍କା ଷ୍ଟେଟ ହେଡଙ୍କ ଆକାଉଣ୍ଟକୁ ଯାଇଥିବା ନେଇ ରାଜା ଚକ୍ରଙ୍କ ଓକିଲ ମନ୍ତବ୍ୟ ଦେଇଥିଲେ । ଏହା ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି ମନମୋହନ ସାମଲ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନିଜ ଓକିଲଙ୍କ ସହ କୋର୍ଟକୁ ଯାଇଛନ୍ତି ।
ସୂଚନାଯୋଗ୍ୟ, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ପରିବହନ କୋ-ଅପରେଟିଭ ସୋସାଇଟିରେ ଆର୍ଥିକ ଘୋଟାଲା ଘଟଣାରେ ତଦନ୍ତ କରୁଛି କ୍ରାଇମ ବ୍ରାଞ୍ଚ । ଏହି ଘଟଣାରେ କ୍ରାଇମ ବ୍ରାଞ୍ଚ ରାଜା ଚକ୍ର ସମେତ ୪ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି । ତେବେ ଏହି ଘଟଣାରେ ତଦନ୍ତକାରୀ ସଂସ୍ଥା ରାଜା ଚକ୍ରଙ୍କୁ ଅଧିକ ପଚରାଉଚରା କରିବାକୁ ଶୁକ୍ରବାର ସ୍ଥାନୀୟ ଏସଡିଜେଏମ କୋର୍ଟରେ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ସୂଚନା ମିଳିଛି ।
ତେବେ କେନ୍ଦୁଝର ଶୁଆକାଟି ସ୍ଥିତ ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋଅପରେଟିଭ ସୋସାଇଟିର ସଦସ୍ୟ ନଥାଇ ରାଜା ଚକ୍ର ଓ ତାଙ୍କ ସହଯୋଗୀ କୋଟି କୋଟି ଟଙ୍କା ଅତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ପଚରାଉଚରା ପରେ ରାଜାଚକ୍ରଙ୍କୁ ବାନ୍ଧିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ।
ଆହୁରି ପଢ଼ନ୍ତୁ : ଆତ୍ମହତ୍ୟା ଏକ ବ୍ୟକ୍ତିଗତ ସମସ୍ୟା, ପୋଲିସର ତଦନ୍ତ ପରେ ହିଁ ପ୍ରତିକ୍ରିୟା ଦେବା ଉଚିତ : ପିସିସି ସଭାପତି