ବରଗଡ଼ : ବରଗଡ଼ ଜିଲ୍ଲା କାରାଗାରରେ ଥିବା ବିଚାରାଧୀନ କଏଦୀର ମୃତ୍ୟୁ । ମୃତକ ଜଣକ ପାଇକମାଲ ବ୍ଲକ ପ୍ରକାଶପୁର ଗାଁର ୨୬ ବର୍ଷୀୟ ଯୁବକ ମନୋଜ ପାଇକ । ବେଆଇନ ମଦ ବିକ୍ରୀ ଅଭିଯୋଗରେ ଗତ ୬ ତାରିଖ ଦିନ ଗିରଫ ହୋଇଥିଲେ । ବେଲ୍ ନାମଞ୍ଜୁର ହେବାରୁ ତାଙ୍କୁ ବରଗଡ଼ ଜିଲ୍ଲା କାରାଗାରକୁ ପଠାଯାଇଥିଲା ।
ଆଜି ଜିଲ୍ଲା ଦୌରାଜଜ୍ ଙ୍କଠାରେ ହାଜର ହେଵାର ଥିଲା । କିନ୍ତୁ ଅସୁସ୍ଥତା ଯୋଗୁଁ ସମୟ ମାଗିଥିଲେ । ଅନ୍ୟପଟେ ଜେଲ ହାଜତ ଭିତରେ ମନୋଜଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜେଲ କର୍ତ୍ତୃପକ୍ଷ ବରଗଡ଼ ଟାଉନ ସ୍ଥିତ ପୁରୁଣା ହସ୍ପିଟାଲକୁ ନେଇଥିଲେ । ଡାକ୍ତର ସେଠାରେ ମନୋଜଙ୍କୁ ମୃତ ଘୋଷଣା କରିଥଲେ ।