ସାଇବର ଥାନାରେ ଅଭିନେତା ମନୋଜ ମିଶ୍ର: କିଛି ୟୁଟ୍ୟୁବ୍ ଚ୍ୟାନେଲ ଏବଂ ଓ୍ୱେବ୍ ଚ୍ୟାନେଲ୍ ନାଁରେ କଲେ ଅଭିଯୋଗ

ଭୁବନେଶ୍ୱର : ସାଇବର ଥାନାର ଦ୍ବାରସ୍ଥ ହେଲେ ଅଭିନେତା ମନୋଜ ମିଶ୍ରଙ୍କ ଓ ପତ୍ନୀ ମମତା ନନ୍ଦ ।  କିଛି ୟୁଟ୍ୟୁବ ଚ୍ୟାନେଲ ଓ ୱେବ ଚ୍ୟାନେଲ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ମନୋଜ । ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ନେଇ ଅଭିଯୋଗ କରିଛନ୍ତି ମନୋଜ ମିଶ୍ର ଓ ମମତା ନନ୍ଦ । ତାଙ୍କ ବ୍ୟକ୍ତିଗତ, ବୈବାହିକ ଓ ପାରିବାରିକ ଜୀବନକୁ ନେଇ କିଛିଲୋକ ତାଙ୍କ ସମ୍ମାନହାନି କରୁଥିବା ନେଇ ଅଭିଯୋଗ କରିଛନ୍ତି ।

ମନୋଜଙ୍କ ଅଭିଯୋଗ ଅନୁସାରେ , ଆଇନସମ୍ମତ ଭାବେ ସେ ଦ୍ୱିତୀୟ ବିବାହ କରିଛନ୍ତି । ପ୍ରଥମ ପତ୍ନୀ ସହ ବିବାହ ବିଛେଦ ପରେ ସେ ଦ୍ୱିତୀୟ ବିବାହ କରିଛନ୍ତି। କିନ୍ତୁ ତାକୁ ନେଇ ନିର୍ଦ୍ଦିଷ୍ଟ ଏକ ୱେବ୍ ଚାନେଲ୍ ଏବଂ କିଛି ୟୁଟ୍ୟୁବର୍ସ ଆପତ୍ତିଜନକ ଟିପ୍ପଣୀ ଦେଉଛନ୍ତି ।  ଏପରିକି ଦ୍ୱିତୀୟ ବିବାହକୁ ନେଇ ଆକ୍ଷେପ କରାଯାଉଛି ।  ସାଇବର ପୋଲିସ ମନୋଜଙ୍କ ଏତଲାକୁ ଗ୍ରହଣ କରି ମାମଲା ରୁଜୁ କରିଛି ।  ସେପଟେ ସାଇବର ଥାନା ଏସିପି କହିଛନ୍ତି ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

You might also like