OCAC ସାଇବର ଠକେଇ ମାମଲା: ଗିରଫ ପାସ୍କେଲ ମୁଖ୍ୟ ଅଭିଯୁକ୍ତ ନୁହେଁ, ଆହୁରି ଅନେକ ସାମିଲ

ଭୁବନେଶ୍ବର(କେନ୍ଯୁଜ୍): OCAC ସାଇବର ଠକେଇ ମାମଲାରେ ଗିରଫ ପାସ୍କେଲ ମୁଖ୍ୟ ଅଭିଯୁକ୍ତ ନୁହେଁ । ଏଥିରେ ଆହୁରି ଅନେକ ସାମିଲ ଅଛନ୍ତି । ଗତକାଲି ଦୁଇ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସ ସହ ଓଡ଼ିଶା କ୍ରାଇମବ୍ରାଞ୍ଚ ଟିମ୍‌ ପଚରାଉଚରା କରିଛନ୍ତି । ଓକାକ୍‌ ଠକେଇରେ ଅନେକ ସାଇବର ଅପରାଧୀଙ୍କ ଲିଙ୍କ୍‌ ଥିବା ଜାଣିବାକୁ ପାଇଛି ପୋଲିସ । ବେଙ୍ଗାଳୁରୁ, ମୁମ୍ବାଇ ଓ ଦିଲ୍ଲୀରେ ଗ୍ୟାଙ୍ଗର ଅନେକ ଠକ ଅଛନ୍ତି ।

ସମସ୍ତ ଠକ ନାଇଜେରିଆର ବୋଲି ଜଣାପଡିଛି। ଦିଲ୍ଲୀ ପୋଲିସ ଧରିଥିବା ଦୁଇ ଅଭିଯୁକ୍ତଙ୍କ ଭିସା ବାତିଲ କରାଯାଇଛି । ଏମାନେ ୨୦୧୨ରୁ ଭାରତରେ ରହିଛନ୍ତି । ଆକାଉଣ୍ଟକୁ ଟଙ୍କା ଆସିବା ପରେ ATMରୁ ଟଙ୍କା ବାହାର କରିଥାନ୍ତି ଏହି ୨ ଅଭିଯୁକ୍ତ । ସେହି ବାବଦକୁ ଏମାନେ ୧୦ ପ୍ରତିଶତ ଟଙ୍କା ନିଅନ୍ତି । OCAC ସିଇଓ ମନୋଜ ପଟ୍ଟନାୟକଙ୍କ ଠକେଇ ଟଙ୍କା ଦୁଇଟି ଆକାଉଣ୍ଟକୁ ଯାଇଛି। ଗୋଟିଏ ଆକାଉଣ୍ଟକୁ ୫ଲକ୍ଷ ୯୫ ହଜାର ଓ ଅନ୍ୟ ଏକ ଆକାଉଣ୍ଟକୁ ୧ଲକ୍ଷରୁ ଅଧିକ ଟଙ୍କା ଯାଇଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.