ଅନେକ ମୃତଦେହଙ୍କ ଚିହ୍ନଟ ହୋଇପାରିନି, ସଂରକ୍ଷିତ କରି ରଖିବାକୁ ପାରାଦୀପରୁ ୫ଟି କଣ୍ଟେନର ଆସୁଛି: ଏମ୍‌ସ ନିର୍ଦ୍ଦେଶକ

ମୃତଦେହ ରଖିବା ପାଇଁ ଏମ୍‌ସ ଭୁବନେଶ୍ୱରରେ ବେଶୀ ଭିତ୍ତିଭୂମିର ସୁବିଧା ନାହିଁ। ଆସିଥିବା କଣ୍ଟେନରରେ ରହିବ ଶବ । ଗୋଟିଏ କଣ୍ଟେନରରେ ୩୦ରୁ ୪୦ ମୃତଦେହ ରହିପାରିବ । ୧୨୩ ମୃତଦେହରୁ ୪୩ ଟି ଶବ ହସ୍ତାନ୍ତର ହୋଇଛି ।

କେନ୍ୟୁଜ୍(ବ୍ୟୁରୋ):କରମଣ୍ଡଳ ଦୁର୍ଘଟଣାରେ ଅନେକ ମୃତଦେହଙ୍କ ଚିହ୍ନଟ ହୋଇପାରିନି । ମୃତଦେହ ସଂରକ୍ଷିତ କରି ରଖିବାକୁ ପାରାଦୀପରୁ ୫ଟି କଣ୍ଟେନର ଆସିଥିବା ସୂଚନା ଦେଇଛନ୍ତି ଏମ୍‌ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ । ମୃତଦେହ ରଖିବା ପାଇଁ ଏମ୍‌ସ ଭୁବନେଶ୍ୱରରେ ବେଶୀ ଭିତ୍ତିଭୂମିର ସୁବିଧା ନାହିଁ। ଆସିଥିବା କଣ୍ଟେନରରେ ରହିବ ଶବ । ଗୋଟିଏ କଣ୍ଟେନରରେ ୩୦ରୁ ୪୦ ମୃତଦେହ ରହିପାରିବ । ୧୨୩ ମୃତଦେହରୁ ୪୩ ଟି ଶବ ହସ୍ତାନ୍ତର ହୋଇଛି ।

ଶବ ଚିହ୍ନଟ ପ୍ରକ୍ରିୟା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ବୋଲି କହିଛନ୍ତି ଏମସ୍‌ ନିର୍ଦ୍ଦେଶକ । ମୃତକଙ୍କୁ ଚିହ୍ନଟରେ ନ୍ଦ୍ୱନ୍ଦ୍ୱ ହେଲେ ଡିଏନଏ ପରୀକ୍ଷା କରାଯିବ । ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ମୃତଦେହକୁ ଚିହ୍ନଟ କରାଯାଇପାରିନି । ସେମାନଙ୍କୁ ଚିହ୍ନଟ କରିବା ପାଇଁ େଓ୍ଵବସାଇଟରେ ଅପଲୋଡ କରାଯାଇଛି । ସେମାନଙ୍କୁ ଚିହ୍ନଟ କରିବା ପାଇଁ ଜନ ସାଧାରଣଙ୍କୁ ଅପିଲ କରାଯାଇଛି । ଟୋଲ ଫ୍ରି ନମ୍ବର ୧୯୨୯ ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.