ଭୁବନେଶ୍ବର(କେନ୍ଯୁଜ୍): କ୍ୟାପିଟାଲ ହସ୍ପିଟାଲରେ ୪୦ ଜଣ ଡାକ୍ତର, ୭୦ ରୁ ୮୦ ଜଣ ପାରାମେଡିକାଲ୍ ଷ୍ଟାଫ୍ କରୋନାରେ ଆକ୍ରାନ୍ତ। ତଥାପି କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସେବା ସୁରୁଖୁରୁରେ ଚାଲିଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ୍ ନିର୍ଦ୍ଦେଶକ। ହସ୍ପିଟାଲରେ ସକାଳ ବେଳା ଓପିଡି ସେବାକୁ ଏକ ଘଣ୍ଟାକୁ ବଢେଇ ଦେଇ ସନ୍ଧ୍ଯାରେ ଓପିଡି ସେବାକୁ ବନ୍ଦ କରିଦିଆଯାଇଛି।
ବର୍ତ୍ତମାନ ଜରୁରୀରୋଗୀଙ୍କୁ ଛାଡିଦେଲେ ସାଧାରଣ ରୋଗୀଙ୍କ ଆଣ୍ଟିଜେନ୍ ଟେଷ୍ଟ ପ୍ରଥମେ କରାଯାଉଛି। ରିପୋର୍ଟ ନେଗେଟିଭ୍ ଆସିଲେ ଡାକ୍ତର ରୋଗୀଙ୍କୁ ଦେଖୁଛନ୍ତି। ପ୍ରଥମ ଓ ଦ୍ବିତୀୟ ଲହରରେ ଏତେ ସଂଖ୍ଯାରେ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍ ପ୍ରଭାବିତ ହୋଇନଥିବା ବେଳେ ୩ୟ ଲହରରେ ଅଧିକ ଆକ୍ରାନ୍ତ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଡାକ୍ତରମାନେ କୋଭିଡ୍ ରେ ଆକ୍ରାନ୍ତ ହେଉଥିବାର ସେମାନେ ମାନସିକ ସ୍ତରରେ ଦୁର୍ବଳ ହେଉଛନ୍ତି।