ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ, ଅନେକ ଆହତ, ୩ ଗୁରୁତର

ବେଗୁନିଆ : ବୋଲଗଡ଼ ଗୋପବନ୍ଧୁ ଛକରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ । ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ଯାଉଥିଲା ଘରୋଇ ଯାତ୍ରୀବାହୀ ବସ ନାରାୟଣୀ । ଏହି ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ବୋଲଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ୩ ଜଣଙ୍କୁ ଖୋର୍ଦ୍ଧା ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ଯାଉଥିବା ଘରୋଇ ଯାତ୍ରୀବାହି ବସ ନାରାୟଣୀ ଭାରସାମ୍ୟ ହରାଇ ବୋଲଗଡ଼ ଗୋପବନ୍ଧୁ ଛକରେ ହଠାତ ପଶିଯାଇ ଓଲଟି ପଡିଥିଲା । ପରେ ସ୍ଥାନୀୟ ଲୋକ ବସ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିବା ସହିତ ଆହତମାନଙ୍କୁ ଅଗ୍ନିଶମ ଏବଂ ଆମ୍ବୁଲାନ୍ସ ଯୋଗେ ବୋଲଗଡ଼ ଏବଂ ଖୋର୍ଦ୍ଧା ପଠାଇଥିଲେ । ତେବେ ଏ ନେଇ ବୋଲଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦ୍ରୁତଗତିରେ ଓଭରଟେକ ଦୁର୍ଘଟଣାର କାରଣ ବୋଲି ଜଣାପଡିଛି ।