ସର୍ଚ୍ଚ ଅପରେସନ ବେଳେ ଛତ୍ରଭଙ୍ଗ ଦେଲେ ମାଓବାଦୀ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ବୌଦ୍ଧ : ବୌଦ୍ଧ-କନ୍ଧମାଳ ସିମାନ୍ତ ଉମା ପଞ୍ଚାୟତ ଅନ୍ତର୍ଗତ ଟୁଡିବାହାଲ ଜଙ୍ଗଲରେ ଏସ୍ଓଜି ଯବାନଙ୍କ ଦ୍ଵାରା ମାଓ କ୍ୟାମ୍ପ ଠାବ ।  ଖବର ପାଇ ୨୮ବାଟାଲିୟନର ଏସଓଜି ଯବାନ ଟୁଡିବାହାଲ ଜଙ୍ଗଲକୁ ଯାଇଥିଲେ ।  ଯବାନଙ୍କୁ ଦେଖି କ୍ୟାମ୍ପରୁ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ ।  ଏହି ଅପରେସନରେ SOG ଯବାନ, DVF ଯବାନ ଓ ବମ୍‌ ସ୍କ୍ୱାଡ୍ ସାମିଲ ହୋଇଥିଲେ ।  ମାଓ କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହେବା ସହିତ ମାଓ ବିସ୍ଫୋରକ ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ମାଓବାଦୀଙ୍କ ପୋଷକ , ଔଷଧ, ସାଲାଇନ, ବିସ୍ଫୋରକ ଦ୍ରବ୍ୟ ଜବତ ହୋଇଛି ।  ଏନେଇ ବୌଦ୍ଧ ଜିଲ୍ଲା ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଗତକାଲି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ପୋଲିସ- ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ପୋଲିସ ଏନକାଉଣ୍ଟରରେ ୯ରୁ ଅଧିକ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା ।  ଘଟଣା ସ୍ଥଳରୁ SLR,303 12 ବୋର ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଥିଲା ପୋଲିସ ।

You might also like