ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲା ପୋଲିସକୁ ସଫଳତା, ଇନଡରପାଲ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ

ମାଲକାନଗିରି : ଜଙ୍ଗଲ ଭିତରେ ମାଓ କ୍ୟାମ୍ପ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲା ପୋଲିସକୁ ବଡ ସଫଳତା। DRG ଯାବନଙ୍କ ଅପରେସନ୍ ବେଳେ ଇନଡରପାଲ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କରାଯାଇଥିଲା।
ପୋଲିସ ଆସିବା ଜାଣି ପ୍ରାୟ ୩୦ରୁ ଅଧିକ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ, ମାଓ ବ୍ୟବହୃତ ସାମଗ୍ରୀ, ବନ୍ଧୁକ ଓ ID ଜବତ ହୋଇଛି। ପୋଲିସକୁ ଆକ୍ରମଣ କରିବା ପାଇଁ ଏକ ବଡ ଧରଣର ଯୋଜନା କରିଥିଲେ ମାଓବାଦୀ। ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।