ଓଡିଶା-ଛତିଶଗଡ ସୀମାନ୍ତରେ ମାଓ କ୍ୟାମ୍ପ ଠାବ, ସୁରକ୍ଷା ବାହିନୀ ଓ ମାଓବାଦୀ ମୁହାଁମୁହିଁ

ମାଓବାଦୀ କରୁଥିଲେ ବଡ ଯୋଜନା । ଲୁଚି ଲୁଚି ଚାଲିଥିଲା ଷଡଯନ୍ତ୍ର । କଣ କରିବେ କେମିତି କରିବେ, ସେନେଇ ଦିନ ରାତି ଏକ କରିଦେଇଥିଲେ । ଗୋଟେ ପଟେ ନିର୍ବାଚନର ମାହୋଲ ଚାଲିିଥିବାବେଳେ ଏପଟେ ବଡ ଅଘଟଣ ଘଟାଇବାକୁ ଚାଲିଥିଲା ଯୋଜନା ।

ନୂଆପଡା(କେନ୍ୟୁଜ୍): ମାଓବାଦୀ କରୁଥିଲେ ବଡ ଯୋଜନା । ଲୁଚି ଲୁଚି ଚାଲିଥିଲା ଷଡଯନ୍ତ୍ର । କଣ କରିବେ କେମିତି କରିବେ, ସେନେଇ ଦିନ ରାତି ଏକ କରିଦେଇଥିଲେ । ଗୋଟେ ପଟେ ନିର୍ବାଚନର ମାହୋଲ ଚାଲିିଥିବାବେଳେ ଏପଟେ ବଡ ଅଘଟଣ ଘଟାଇବାକୁ ଚାଲିଥିଲା ଯୋଜନା ।

ଓଡିଶା – ଛତିଶଗଡ ସୀମାନ୍ତରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ । ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଶିବନାରାୟଣପୁର ନିକଟରେ କୁମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଛି । ଗୋଟିଏ ବନ୍ଧୁକ ସହ ଅଫୁଟା ଗୁଳି ଓ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ଏଥିସହ ନଗଦ ୪ ଲକ୍ଷ ଟଙ୍କା ଜବତ  ହୋଇଛି ।

ଗତକାଲି ସୁନାବେଡା ଅଭୟାରଣ୍ୟର ଶିବନାରାୟଣପୁର ଜଙ୍ଗଲରେ ୧୫ ଜଣ ଶସସ୍ତ୍ର ମାଓବାଦୀ କ୍ୟାମ୍ପ କରି କୌଣସି ଅଘଟଣ ଘଟାଇବାକୁ ଯୋଜନା କରୁଥିବା ନେଇ ଗୁଇନ୍ଦା ବିଭାଗର ସୂଚନା ମିଳିଥିଲା । ସୂଚନା ପାଇବା ପରେ, ସିଆରପିଏଫ ଓ ଏସଓଜି ଯବାନ ମିଳିତ ଭାବେ ଶିବନାରାୟଣପୁର ଜଙ୍ଗଲରେ କୁମ୍ବିଂ ଅପରେସନ କରିଥିଲେ ।

ସେଠାରେ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ବେଶ୍ କିଛି ସମୟ ଧରି ଗୁଳିବିନିମୟ ଜାରି ରହିଥିଲା । ଏଥିରେ ପ୍ରକାଶ ସାଇ ନାମକ ଜଣେ ଏସଓଜି ଯବାନ ଗୁରୁତର ଆହତ ହୋଇଥିବାବେଳେ, ତାଙ୍କୁ ଚିକିତ୍ସା ପାଇଁ ପଡୋଶୀ ଛତିଶଗଡ ରାୟପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି ।

ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ଥିବା ଜଣାପଡିଛି । ଅପରପକ୍ଷେ, ସୁରକ୍ଷାକର୍ମୀଙ୍କ ଆକ୍ରମଣକୁ ସାମ୍ନା କରିନପାରି ଘଟଣାସ୍ଥଳରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ସେଠାରୁ ଏକ ମାଓକ୍ୟାମ୍ପ ଠାବ କରାଯାଇଛି । ଏବେବି ସମ୍ପୃକ୍ତ ଅଂଚଳରେ ପୋଲିସ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ନୂଆପଡା ଏସପି ଜିଆର ରାଘବେନ୍ଦ୍ର ରେଡ୍ଡୀ ସୂଚନା  ଦେଇଛନ୍ତି ।

Leave A Reply

Your email address will not be published.