ମାଲକାନଗିରି ବିଏସଏଫକୁ ବଡ଼ ସଫଳତା: ଜଙ୍ଗଲରୁ ମାଓ ଡମ୍ପ ଉଦ୍ଧାର

ମାଲକାନଗିରି : ମାଓ ଡମ୍ପ ଉଦ୍ଧାର। BSF ଯବାନଙ୍କ କମ୍ବିଂ ଅପରେସନ ବେଳେ ମାଲକାନଗିରି ଜିଲ୍ଲା ସିଲାକୋଟା ଜଙ୍ଗଲରୁ ମାଓ ଡମ୍ପ ଉଦ୍ଧାର ହୋଇଛି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ ଯୋଜନା କରୁଥିଲେ । ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ଜଙ୍ଗଲ ମଧ୍ୟରେ ଗାତ ଖୋଳି ଡମ୍ପରୁ ୫ ଲିଟର ପ୍ରେସର୍ କୁକର ବୋମା, ଜିଲଟିନ, ୫ ଲିଟର, ୩ ଲିଟର ଓ ୨ ଲିଟର ଟିଫିନ ବୋମା, ବିଦ୍ୟୁତ ତାର, ଡିଟୋନେଟର, ମୋବାଇଲ ଫୋନ୍, ପାୱାର ବ୍ୟାଙ୍କ, ଏସବିଏମମେଲ ବନ୍ଧୁକ ଇତ୍ୟାଦି ଜବତ କରିଥିଲେ ।
ଛତିଶଗଡ଼ ସୀମାନ୍ତକୁ ଲାଗିଛି ସିଲାକୋଟା ଜଙ୍ଗଲ। ତେଣୁ ସୁରକ୍ଷାକର୍ମୀ ଙ୍କୁ ଟାର୍ଗେଟ କରିବା ପାଇଁ ବଡ଼ ଯୋଜନା କରୁଥିଲେ ମାଓବାଦୀ । ବିଏସଏଫ ସେକେଣ୍ଡ ବାଟାଲିୟନ ଯବାନ ଙ୍କ ଅପରେସନ ବେଳେ ଉଦ୍ଧାର ହୋଇଛି ଏହି ମାଓ ଡମ୍ପ । ଛତିଶଗଡ଼ରୁ ତଡା ଖାଇ ମାଲକାନଗିରି ଜିଲ୍ଲାରେ ପଶୁଛନ୍ତି ଛତିଶଗଡ଼ ମାଓବାଦୀ । ତେଣୁ ମାଲକାନଗିରି ପୋଲିସ ଏବଂ BSF ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ସୀମାନ୍ତ ଅଞ୍ଚଳରେ କମ୍ବିଂ ଅପରେସନ କୁ ଜୋରଦାର କରାଯାଇଛି ।
ଆହୁରି ପଢନ୍ତୁ : ସରକାରୀ ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ପରିବାର