ସ୍ୱାଭିମାନ ଅଞ୍ଚଳରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବେ ନାହିଁ ମାଓବାଦୀ, ସୂଚନା ଦେଲେ ମାଓନେତା କୈଳାସ

ମାଲକାନଗିରି : ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ସକ୍ରିୟ ଥିବା ମାଓବାଦୀ ଗୋଷ୍ଠୀ ବି ଲୋକଙ୍କୁ କରୋନା ଠାରୁ ସଚେତନ ରହିବାକୁ କହିଛି । ଯେଉଁସବୁ ପରାମର୍ଶ ଦିଆଯାଇଛି ତାକୁ ମାନିବାକୁ ଅନୁରୋଧ କରିଛି । ସେମାନଙ୍କ ସଦସ୍ୟ ମଧ୍ୟ ଗାଁରେ ବୁଲି ଲୋକଙ୍କୁ କରୋନା ସମ୍ପର୍କରେ ବୁଝାଇବେ ବୋଲି କହିଛନ୍ତି । ଏହି ସମୟରେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନକରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଆହୁରି ବଡ଼ କଥା ହେଉଛି ଏହି ସମୟରେ ଲୋକଙ୍କ ପାଇଁ କାମ କରୁଥିବା ପୋଲିସ୍‌ କିମ୍ବା ସରକାରୀ ଅଧିକାରୀଙ୍କୁ ସେମାନେ କୌଣସି କ୍ଷତି ପହଞ୍ଚାଇବେ ନାହିଁ ବୋଲି ଘୋଷଣା କରିଛନ୍ତି । କିନ୍ତୁ ଏ ବେଳାରେ ପୋଲିସ୍‌ ଯଦି ତାଙ୍କ ବିରୋଧରେ କୌଣସି ପଦକ୍ଷେପ ନିଏ ତେବେ ସେମାନେ ମଧ୍ୟ ପାଲଟା ଆକ୍ରମଣ କରିବେ ବୋଲି ଚେତାବନୀ ଦେଇଛନ୍ତି ମାଲକାନଗିରି-କେରାପୁଟ-ବିଶାଖା ଡିଭିଜନ୍‌ ସମ୍ପାଦକ କୈଳାସ ।

Leave A Reply

Your email address will not be published.