ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ସୁରକ୍ଷାକର୍ମୀଙ୍କ ଦ୍ବାରା ମାଓ ବଙ୍କର ଠାବ

ମାଲକାନଗିରି : ମାଓ-ପୋଲିସ ଲଢେଇ । ଛଅ ଦିନର ଅପରେସନ ପରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ମାଓବାଦୀ ଆତ୍ମଗୋପନ କରୁଥିବା ବଙ୍କର ଠାବ କରିଛନ୍ତି ସୁରକ୍ଷାକର୍ମୀ । ମାଟି ତଳେ ଗୁମ୍ଫା କରି ଲୁଚି ରହୁଥିଲେ ମାଓବାଦୀ । ମାଓ ଦମନ ଅପରେସନ ବେଳେ ମିଳିଲା ମାଓବାଦୀଙ୍କ ଗୁମ୍ଫା । ଗୁମ୍ଫାରେ ରହିଛି ସମସ୍ତ ପ୍ରକାର ସୁବିଧା ।
ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର କରେଗୁଟା ଜଙ୍ଗଲରେ ପୋଲିସ ମାଓବାଦୀ ସଂଘର୍ଷ । ଚାରିପଟେ ଘେରି ରହିଛନ୍ତି ଦଶ ହଜାରରୁ ଉର୍ଦ୍ଧ୍ବ ସୁରକ୍ଷାକର୍ମୀ । ମାଓ ଅପରୋସନରେ ଟଳିଲେଣି ୫ ହାର୍ଡକୋର ମାଓବାଦୀ । ଏପଟେ ଶାନ୍ତି ବାର୍ତ୍ତା ପାଇଁ ପ୍ରେସ ରିଲିଜ ଜାରି କରିଛନ୍ତି ମାଓବାଦୀ ।
ମାସକ ପାଇଁ ଯୁଦ୍ଧ ବିରତି କରି ପୋଲିସ ମାଓବାଦୀ ମଧ୍ୟରେ ଶାନ୍ତି ବାର୍ତ୍ତା ପାଇଁ ପ୍ରସ୍ତାବ ରଖିଲେ ଟପ ମାଓ ନେତା ପଶ୍ଚିମ ବସ୍ତର ବ୍ୟୁର ରୂପେଶ । ଛଅ ଦିନ ହେଲା ଜଙ୍ଗଲ ମଧ୍ୟରେ ମାଓବାଦୀ ସହ ଲଢେ଼ଇ କରୁଛନ୍ତି ମାଓବାଦୀ । ଏବେ ମଧ୍ୟ ଜଙ୍ଗଲରେ ଜୋରଦାର ଗୁଳିବିନିମୟ ଜାରି ରହିଛି । ଟପ ମାଓବାଦୀ ହିଡ଼ମାକୁ ଠାବ କରିବାକୁ ଚାଲିଛି ଜୋରଦାର ଅପରେସନ ।
Also read: ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା, ବିଜାପୁରରେ ଟପ ମାଓନେତା ହିଡ଼ମାର ବଙ୍କର ଠାବ