ନିଜର ସ୍ଥିତି ଜାହିର କଲା ମାଓ ସଂଗଠନ, ଗଞ୍ଜେଇ ଚାଷୀଙ୍କ ଉଦ୍ଦେଶ୍ୟରେ ଦୋକାନ କାନ୍ଥରେ ଲଗାଇଲା ପୋଷ୍ଟର

କଣ୍ଟାମାଳ (କେନ୍ୟୁଜ): ରାସ୍ତା କଡ ଦୋକାନ କାନ୍ଥରେ ଲାଗିଛି ମାଓ ପୋଷ୍ଟର । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମନମୁଣ୍ଡା-ଶଗଡା ରାସ୍ତାର ପାଣ୍ଡିରିପଡା ଛକରେ ଲାଗିଛି ଏହି ପୋଷ୍ଟର । ଗଂଜେଇ ଚାଷୀଙ୍କ ଉଦ୍ଦେଶ୍ୟରେ ଏହି ପୋଷ୍ଟରଟି କେକେବିଏନ ଡିଭିଜନାଲ କମିଟୀ ଭକପା( ମାଓବାଦୀ) ନାଁରେ ଲଗାଯାଇଛି । ଆଜି ସକାଳୁ ସକାଳୁ ଛକର ଏକ ଦୋକାନ କାନ୍ଥରେ ଏହି ପୋଷ୍ଟରଟି ଲାଗିଥିବା ଜଣାପଡିବାପରେ ଛକରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି ।

ପ୍ରକୃତରେ ଏହି ପୋଷ୍ଟରଟି କୌଣସି ମାଓବାଦୀଙ୍କ ଦ୍ୱାରା କିମ୍ବା ଅନ୍ୟ କେହି ଲଗାଇଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଗତବର୍ଷ ଜୁଲାଇ ମାସରେ କଂଟାମାଳ ଥାନା ଉମା ପଞ୍ଚାୟତରେ ମାଓବାଦୀ ଏବଂ ସୁରକ୍ଷାକର୍ମୀ ଗୁଳି ବିନିମୟ ହୋଇଥିଲା । ସେହିଭଳି ଗତ ଏକମାସ ତଳେ କଣ୍ଟାମାଳ ଏବଂ ବାଲିଗୁଡା ସୀମାନ୍ତରେ ମଧ୍ୟ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା । ଏଣୁ ଆଜିର ଏହି ପୋଷ୍ଟର ଲାଗିବା ପରେ ଲୋକଙ୍କମନରେ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

Leave A Reply

Your email address will not be published.