ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ ପୋଷ୍ଟର ।  ପୋଷ୍ଟରରେ ତେଲୁଗୁ ଭାଷାରେ ଲେଖାଯାଇଛି । ଏହି ପୋଷ୍ଟରଟି ସିପିଆଇ ମାଓବାଦୀ ପକ୍ଷରୁ ଲଗାଯାଇଥିବା ସେଥିରେ ଦର୍ଶାଯାଇଛି । ଏଥିରେ ପୂର୍ବ ସରକାର ବିରୋଧରେ ଅରୁଚିକର ମନ୍ତବ୍ୟ ଉଲ୍ଲେଖ ରହିଛି।

ଆଜି ସକାଳେ ସରପଲ୍ଲୀ ଛକରେ ଲାଗିଥିବା ନକ୍ସଲ ପୋଷ୍ଟର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ତଦନ୍ତ କରୁଛି । ଦୀର୍ଘ ଦିନ ପରେ ନକ୍ସଲମାନେ ବନ୍ଧୁଗାଁ ଅଞ୍ଚଳରେ ପୋଷ୍ଟର ଲଗାଇ ପୁଣି ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି । ଅନ୍ୟପକ୍ଷରେ ନକ୍ସଲ ପୋଷ୍ଟର ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହା ମାଓବାଦୀ ନା ଅନ୍ୟ କେହି ଦୁର୍ବୃତ୍ତ କରିଛି ସେ ନେଇ ତଦନ୍ତ ଚାଲିଛି । ତଦନ୍ତ ପରେ ଯଦି କେହି ବିଭ୍ରାନ୍ତିକର ତଥ୍ୟ ରଖିଥାଏ ତେବେ ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟପ୍ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

You might also like