ସ୍ୱାଭିମାନ ଅଞ୍ଚଳରେ ପୁଣି ଲାଗିଲା ମାଓ ବିରୋଧୀ ପୋଷ୍ଟର

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲାଗିଲା ମାଓ ବିରୋଧୀ ପୋଷ୍ଟେର ।  ସ୍ୱାଭିମାନ ଅଞ୍ଚଳର ସାରକୁବନ୍ଧ, ଯନ୍ତାପାଇ,ବଣ୍ଡଘାଟିରେ ଲାଗିଛି ପୋଷ୍ଟେର । ଆଦିବାସୀ ସୁରକ୍ଷା ମଞ୍ଚ ପକ୍ଷରୁ ଏହି ପୋଷ୍ଟେର ଲାଗିଛି ।  ଆଦିବାସୀ ଯୁବକ ଯୁବତୀ ମାନଙ୍କୁ ମିଛ ପ୍ରଲୋଭନ ଦେଖାଇ ଦଳରେ ସାମିଲ କରି ନିର୍ଯାତନା ଦେଉଛନ୍ତି । ମୁଖ୍ୟତଃ ଯୁବତୀ ମାନଙ୍କୁ ଅଧିକା ନିର୍ଯ୍ୟାତନା ଦେଉଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ତୁରନ୍ତ ସଂଗଠନ ଛାଡି ଆଦିବାସୀ ଯୁବକ ଯୁବତୀ ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆଦିବାସୀ ସୁରକ୍ଷା ମଞ୍ଚ ପକ୍ଷରୁ ଆହ୍ୱାନ ଦିଆଯାଇଛି ।  ଆବଶ୍ୟକ ପଡ଼ିଲେ ମାଓବାଦୀଙ୍କ ବିରୋଧରେ ହତିଆର ଉଠାଇବେ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like