ବାଲିଗୁଡ଼ାରେ ପୁଣି ମାତିଲେ ଲାଲ୍‌ବାହିନୀ, ମାଓ ପୋଷ୍ଟର ବ୍ୟାନର ଲଗାଇ ଜାହିର କଲେ ସ୍ଥିତି

ବାଲିଗୁଡ଼ା(କେନ୍ୟୁଜ୍‌): ବାଲିଗୁଡ଼ାରେ ପୁଣି ମାତିଲେ ଲାଲ୍‌ବାହିନୀ। ମାଓ ପୋଷ୍ଟର ବ୍ୟାନର ଲଗାଇ ନିଜର ସ୍ଥିତି ଜାହିର କରିଛନ୍ତି ମାଓବାଦୀ। ବାଲିଗୁଡ଼ା ଥାନା ସୀମାନ୍ତ ଲଣ୍ଡାଗାଁ ବ୍ରିଜ ନିକଟରେ ମାଓବାଦୀଙ୍କ ଲାଲ୍‌ ବ୍ୟାନର ଦେଖିବାକୁ ମିଳିଛି। ଏଥିସହ ଖମନଖୋଲ ଗାଁରେ ମଧ୍ୟ ଏକାଧିକ ପୋଷ୍ଟର ଲଗାଯାଇଛି।

କେକେବିଏନ୍‌ ଡିଭିଜନ ପକ୍ଷରୁ ଏହି ବ୍ୟାନର ଲଗାଯାଇଥିବା ଦେଖିବାକୁ ମିଳିଛି। ମେ’ ୨୦ରେ ହେବାକୁ ଥିବା ବନ୍ଦ ପାଳନକୁ ସଫଳ କରିବାକୁ ଆହ୍ଵାନ ଦିଆଯାଇଛି।