ମାଓ ସଂଗଠନକୁ ଝଟ୍‌କା, ଗିରଫ ହେଲେ ୪ ମାଓବାଦୀ

ମାଲକାନଗିରି(କେନ୍ଯୁଜ୍) : ମାଲକାନଗିରିରେ ମାଓ ସଂଗଠନକୁ ଶକ୍ତ ଝଟ୍‌କା । ୪ ମାଓବାଦୀଙ୍କୁ ଗିରଫ କଲା ପୋଲିସ । ଚିତ୍ରକୋଣ୍ଡାରେ ଅପରେସନ ବେଳେ ଏମାନଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଜଣେ ନାବାଳିକା ଅଛନ୍ତି । ଏମାନଙ୍କଠାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି ।

ଦୁଇଟି ଡିଟୋନେଟର, ଟିଫିନ ବୋମା, ଦୁଇଟି ଟିଫିନ୍‌ ବୋମାର ଷ୍ଟିଲ କଣ୍ଟେନର, ତିନି ପ୍ୟାକେଟ୍‌ ଜିଲୋଟିନ୍‌ ଷ୍ଟିକ୍‌, କଡେକ୍ସ ଓ୍ଵାୟାର ଜବତ ହୋଇଛି । ଗିରଫ ମାଓବାଦୀଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତ ୧୨ ତାରିଖରେ ଯନ୍ତ୍ରୀ ଜଙ୍ଗଲରେ ପୋଲିସ ଅପରେସନ ବେଳେ ଏମାନଙ୍କୁ ଧରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.