ଓଡ଼ିଶା-ଛତିଶଗଡ଼ ସୀମାରେ ଏନକାଉଣ୍ଟର ପରେ ସର୍ଚ୍ଚ ଅପରେସନ, ଆଜି ନୂଆପଡ଼ା ଗସ୍ତରେ ଯିବେ ପୋଲିସ ଡିଜି

ଭୁବନେଶ୍ୱର : ପ୍ରତିଶୋଧ ନେଲେ ଯବାନ । ଓଡ଼ିଶା ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ଏନକାଉଣ୍ଟର ପରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ଓଡ଼ିଶା ପୋଲିସର ଏସଓଜି, ଛତିଶଗଡ଼ ପୋଲିସ ଓ ସିଆରପିଏଫ ମିଳିତ ଭାବେ ସର୍ଚ୍ଚ ଅପରେସନ ଚଳାଇଛନ୍ତି । ଏଥିରେ କୁଖ୍ୟାତ ମାଓବାଦୀ ନେତା ଚଲପତିଙ୍କ ସହ ୧୬ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି ।
ଅନ୍ୟପଟେ ଆଜି ନୂଆପଡ଼ା ଗସ୍ତରେ ଯିବେ ପୋଲିସ ଡିଜି । ମାଓବାଦୀଙ୍କ ଉପସ୍ଥିତି ଥିବା ଅଞ୍ଚଳକୁ ଘେରାବନ୍ଦୀ କରି ୧୯ ତାରିଖ ରାତିରୁ କମ୍ବିଂ ଆରମ୍ଭ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ୧୬ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ଏକେ ୪୭, ଏସଏଲଆର, ଇନସାସ ସହ ଅଟୋମେଟେଡ ୱିପନ ଜବତ ହୋଇଛି । ବହୁ ପରିମାଣର ମାଓ ସାମଗ୍ରୀ ମଧ୍ୟ ମିଳିଛି । ନକ୍ସଲ- ପୋଲିସ ଗୁଳିମିଳିମୟରେ ଟଳିଛି ନକ୍ସଲ ସେଣ୍ଟ୍ରାଲ କମିଟି ମେମ୍ବର ଚଲପତି । ଚଲପତି ନାଁରେ ଏକ କୋଟିର ପୁରସ୍କାର ରାଶି ରହିଥିଲା । ନକ୍ସଲ ବିରୋଧୀ ଅଭିଯାନରେ ଚଲପତିର ନିପାତ ଏକ ବଡ଼ ସଫଳତା ବୋଲି ସୋସିଆଲ ମିଡିଆରେ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ଭାରତ ଅଭିଯାନରେ ଏହା ଏକ ବଡ଼ ସଫଳତା ବୋଲି ସେ କହିଛନ୍ତି । ୨୦୨୫ରେ ଏପର୍ଯ୍ୟନ୍ତ ୧୪ ମାଓବାଦୀ ନିପାତ ହୋଇଛନ୍ତି ।
Also Read : ଯବାନଙ୍କ ଦ୍ବାରା ମାଓବାଦୀଙ୍କ ବଡ଼ ବଙ୍କର୍ ଠାବ, ଟପ୍ ମାଓନେତା ଖସିଯାଇଥିବା ବେଳେ ମାଓ ସାମଗ୍ରୀ ଜବତ