ମାଲକାନଗିରିରେ ମାଓବାଦୀଙ୍କ ଲଙ୍କାକାଣ୍ଡ , ରାସ୍ତାକାମରେ ନିୟୋଜିତ ଜେସିବି ମେସିନ୍‌କୁ ପୋଡ଼ିଦେଲେ ଲାଲବାହିନୀ

ମାଲକାନଗିରି(କେନ୍ୟୁଜ୍) : ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ରାସ୍ତାକାମରେ ନିୟୋଜିତ ଜେସିବି ମେସିନ୍‌କୁ ପୋଡ଼ିଦେଇଛନ୍ତି ଲାଲବାହିନୀ । ବଣ୍ଡାଘାଟି ନିକଟସ୍ଥ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ପାତ୍ରପୁଟ ନିକଟରେ ପୋଡ଼ାଜଳା କରିଛନ୍ତି ମାଓବାଦୀ । ଗୋଇଗୁଡ଼ାଠାରୁ ଭୋଜିଗୁଡ଼ା ଯାଏଁ ରାସ୍ତାକାମରେ ଏହି ଜେସିବି ମେସିନ୍‌ ଲାଗିଥିଲା । ରାସ୍ତାକାମକୁ ବିରୋଧ କରି ଏହି ପୋଡ଼ାଜଳା କରିଛନ୍ତି ମାଓବାଦୀ ।