କନ୍ଧମାଳ ଲେଙ୍ଗେରିମୁଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ଗୁଳିବିନିମୟ, ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

କନ୍ଧମାଳ: କନ୍ଧମାଳରେ ମାଓ କ୍ୟାମ୍ପ୍‌ ଧ୍ୱଂସ। ଚକାପାଦ ଥାନା ଲେଙ୍ଗେରିମୁଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ଗାଁରେ ମାଓ କ୍ୟାମ୍ପ ଚାଲିଥିବା ଖବର ପାଇ SOG ଓ DVF ପକ୍ଷରୁ ମିଳିତ ଅପରେସନ୍‌ କରାଯାଇଥିଲା। ମାଓବାଦୀମାନେ ପୋଲିସ ଉପରକୁ ଗ୍ରିନେଡ୍‌ ଫିଙ୍ଗିଥିଲେ। ସୁରକ୍ଷାକର୍ମୀ ମଧ୍ୟ ପାଲଟା ଗୁଳି ଚଳାଇଥିଲେ।

ତେବେ ମାଓବାଦୀମାନେ ଖସି ଯାଇଥିଲେ। ପ୍ରାୟ ୧୫ରୁ ୨୦ଜଣ ମାଓବାଦୀ ଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି। ଡେଟୋନେଟର୍‌, ହେଣ୍ଡ ଗ୍ରେନେଡ୍‌ ଓ ବାରୁଦ ପ୍ୟାକେଟ୍‌ ଜବତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.