ଡ୍ରୋନ୍ କ୍ଯାମେରାରେ କଏଦ ହେଲେ ମାଓବାଦୀ

ମାଲକାନଗିରି(କେନ୍ଯୁଜ୍) : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଇନ୍ଦ୍ରାବତୀ ନଦୀ ନିକଟରେ ପୁଞ୍ଜା ପୁଞ୍ଜା ମାଓବାଦୀ । ଯାହା ଛତିଶଗଡ ପୋଲିସ୍ ର ଡ୍ରୋନ୍ କ୍ଯାମେରାରେ କଏଦ ହୋଇଛି । ନଦୀ ପାର ହୋଇ ଜଙ୍ଗଲ ମଧ୍ଯରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । ପାଖାପାଖି ୨୦ ରୁ ୨୫ ଜଣ ମାଓବାଦୀ ଏହି ଜଙ୍ଗଲ ଭିତରେ ପ୍ରବେଶ କରୁଥିବା ଡ୍ରୋନ୍ କ୍ଯାମେରାରେ ଦେଖିବାକୁ ମିଳିଛି । ନିର୍ବାଚନ ବେଳେ ସୁରକ୍ଷା କଡାକଡି ପାଇଁ ଅତ୍ଯାଧୁନିକ ଯନ୍ତ୍ରାଂଶ ବ୍ଯବହାର କରି ମାଓବାଦୀଙ୍କ ଗତିବଧି ଉପରେ ଧ୍ଯାନ ଦେଇ ମାଓ ଦମନ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ଲାଗିପଡିଛି ପୋଲିସ୍ ।