ମାଲକାନଗିରି ସୀମାନ୍ତରେ ମାଓବାଦୀଙ୍କ ଉତ୍ସବ

ମାଲକାନଗିରି(କେନ୍ଯୁଜ୍): କାନ୍ଧରେ ଅତ୍ୟାଧୁନିକ ବନ୍ଧୁକ ହାତରେ ବାଜା ଆଉ ଦେହରେ ରଙ୍ଗିନ ପୋଷାକ ପିନ୍ଧି ମାଓବାଦୀ ମନାଉଛନ୍ତି ବିଜୟର ଉତ୍ସବ। ଗତ ଜୁଲାଇ ୨୮ ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ରହିଥିଲା ସହିଦ ସପ୍ତାହ। ଏହା ସଫଳ ହେବ ପରେ ମାଓବାଦୀ ପାଳୁଛନ୍ତି ବିଜୟ ଉତ୍ସବ। ଏଥିରେ ସାମିଲ ହୋଇଛନ୍ତି ୨୦ହଜାର ରୁ ଉର୍ଦ୍ଧ୍ବ ମାଓ ସମର୍ଥକ ଭାବେ ଆଦିବାସୀ ମହିଳା ଏବଂ ପୁରୁଷ। ଏଥିସହ ଏହି ବିଜୟ ଉତ୍ସବରେ ଶତାଧିକ କ୍ୟାଡର ମାଓବାଦୀ ମଧ୍ୟ ସାମିଲ ହୋଇଥିଲେ।

maobadi1ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ସୁକମା, ଦନ୍ତେୱାଡା ଏବଂ ବିଜପୁର ର ସୀମାବର୍ତ୍ତି ଜଙ୍ଗଲରେ। ମାଓବାଦୀଙ୍କ ଏହି ରଙ୍ଗିନ କାର୍ଯ୍ୟକ୍ରମ ୩ଦିନ ଧରି ଚାଲିଥିଲା।ଏହାକୁ ଦକ୍ଷିଣ ବସ୍ତର ବ୍ୟୁର ମାଓ ସଙ୍ଗଠନ ପକ୍ଷରୁ ଆୟୋଜିତ କରାଯାଇଥିଲା। ପାରମ୍ପରିକ ନାଚ ଗୀତ ମାଧ୍ୟମରେ ମାଓ ଆଦର୍ଶକୁ ଲୋକଙ୍କ ନିକଟତର କରିବାପାଇଁ ମାଓବାଦୀଙ୍କ ନାଟ୍ୟ ମଣ୍ଡଳୀ ମାଧ୍ୟମରେ ପରିବେଷଣ କରାଯାଇଥିଲା। ତେବେ ଏତେ ସଂଖ୍ୟକ ମାଓ ସମର୍ଥକ ସହ ଏତେବଡ଼ ମାଓବାଦୀଙ୍କ କାର୍ଯ୍ୟକ୍ରମ ଦେଖିଲେ ଅନୁମାନ କରିହେବ ମାଓବାଦୀଙ୍କ ସଙ୍ଗଠନ କେତେ ସୁଦୃଢ। ଆଉ ଏଭଳି କାର୍ଯ୍ୟକ୍ରମର ଟେର୍ ପାଇପାରିନଥିଲା ପୋଲିସ।

Leave A Reply

Your email address will not be published.