ଟପ୍‌ ମାଓ ନେତା ଆର୍‌କେ ମୃତ୍ୟୁ ଘଟଣାକୁ ସ୍ପଷ୍ଟ କଲେ ମାଓ ସଂଗଠନ

ଟପ୍‌ ମାଓ ନେତା ଆର୍‌କେ ଓରଫ ରାମ କ୍ରିଷ୍ଣା ମୃତ। ଅସୁସ୍ଥତା ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ମିଳିଛି ସୂଚନା। ଏନେଇ ସେଣ୍ଟ୍ରାଲ କମିଟି ମୁଖପାତ୍ର ଏକ ପ୍ରେସ ବିବୃତ୍ତି ଜାରି କରିଛନ୍ତି । ତେଲୁଗୁ ଭାଷାରେ ପ୍ରେସ ବିବୃତ୍ତି ଜାରି ହୋଇଥିବା ନେଇ ଜଣାଯାଇଛି । ଓଡ଼ିଶା, ଆନ୍ଧ୍ର ,ତେଲେଙ୍ଗାନା ଓ ଛତିଶଗଡ ପୋଲିସର ମୋଷ୍ଟ ୱାଣ୍ଟେଡ ମାଓ ନେତା ହେଉଛି ରାମକ୍ରିଷ୍ଣା ଓରଫ ଅକ୍କିରାଜୁ ହରିଗୋପାଳ । ତେବେ ମୃତ୍ୟୁ ନେଇ ମାଓ ସଂଗଠନ କିମ୍ବା ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । କିଛିଦିନ ହେଲା ସେ କିଡ୍‌ନୀ ଜନିତ ରୋଗରେ ପୀଡିତ ହୋଇ ଗୁରୁତର ଥିଲେ ।

ତେବେ ଗତକାଲି ତାଙ୍କର ମତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଦୀର୍ଘ ଚାରି ଦଶନ୍ଧି ଧରି ସେ ମାଓ ସଂଗଠନରେ ସାମିଲ ଥିବା ବେଳେ ଆନ୍ଧ୍ର-ଓଡିଶା-ଛତିଶଗଡ ରାଜ୍ୟର ପ୍ରମୁଖ ମାଓବାଦୀ ହିଂସାର ମାଷ୍ଟର ମାଇଣ୍ଡ ବି ଥିଲେ । ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣା ଅପହରଣ, କୋରାପୁଟ ଅସ୍ତ୍ରାଗାର ଲୁଟ, ନୟାଗଡ ଆକ୍ରମଣ, ଚିତ୍ରକୋଣ୍ଡା ଜଳଭଣ୍ଡାର ଲଞ୍ଚ ଆକ୍ରମଣରେ ୩୪ ଜଣ ଆନ୍ଧ୍ର ଗ୍ରେହାଉଣ୍ଡସ୍‌ ହତ୍ୟା ଭଳି ଓଡିଶାର ବହୁ ମାଓ ହିଂସାର ମାଷ୍ଟରମାଇଣ୍ଡ ଥିଲା ଆର୍‌.କେ ।

Leave A Reply

Your email address will not be published.