ମାଓବାଦୀଙ୍କ ବର୍ବର କାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା

ମାଲକାନଗିରି : ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା ।  ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲା କୁଟୁର ଥାନା ସମନପଲ୍ଲୀ ଗାଁ ନିକଟରେ ମାଓବାଦୀଙ୍କ ବର୍ବର କାଣ୍ଡ । ମୃତକ ହେଲେ ବିଜେପି କର୍ମୀ ମାଣ୍ଡେରାମ ଫୁଡିଆ । ମାଣ୍ଡେରାମଙ୍କୁ ହତ୍ୟା ପରେ ଘଟଣାସ୍ଥଳରେ ମାଓ ପୋଷ୍ଟର ଛାଡିଛନ୍ତି ମାଓବାଦୀ । ଯେଉଁମାନେ ପୋଲିସ ଇନଫର୍ମର ଭାବେ କାର୍ଯ୍ୟ କରୁଛନ୍ତି ସେମାନେ ତୁରନ୍ତ ଦଳ ଛାଡନ୍ତୁ, ନଚେତ୍ ସେମାନଙ୍କୁ ମଧ୍ୟ ମାଓ ପ୍ରଜା କୋର୍ଟରେ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଘଟଣା ପରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।