ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରକାଣ୍ଡ: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡାଇଲେ ବୋଲେରୋ, ୨ ନିରୀହ ଆଦିବାସୀଙ୍କୁ ଗୁଳି କରି କଲେ ହତ୍ୟା

ମାଲକାନଗିରି : ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇଁନ ବିସ୍ଫୋରଣ। ବାସାଗୁଡା ନିକଟରେ ଏକ ମାଲବାହୀ ଗାଡିକୁ ଲ୍ୟାଣ୍ଡମାଇନରେ ବିସ୍ଫୋରଣ କରି ଉଡାଇଲେ ମାଓବାଦୀ।

ଏଥିରେ ଦୁଇ ଜଣ ଗୁରୁତର ହୋଇ ବିଜାପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅନ୍ଯପଟେ ବୋଲେରୋ ଗାଡିଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ପୋଲିସକୁ ଟାର୍ଗେଟ କରି ଏଭଳି ଘଟଣା ଘଟାଇଥିବା ଜଣାପଡୁଛି। ଏହି ଘଟଣା ପରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।ସୂଚନା ଦେଇଛନ୍ତି ବିଜାପୁର SP କୋମଲୋଚନ କଶ୍ୟପ ।

ଅନ୍ଯପଟେ ପୋଲିସ ଇନଫର୍ମର ସନ୍ଧେହ କରି ଦୁଇ ନିରୀହ ଆଦିବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ଛତିଶଗଡ଼ର ବିଜାପୁର ଜିଲ୍ଲାର ଗଙ୍ଗଲା ଠାରେ ମାଓବାଦୀ ଦୁଇ ଜଣଙ୍କୁ ଗୁଳି ମାରି ହତ୍ୟା କରିଥିବା ଜଣାପଡିଛି। ମାଓବାଦୀଙ୍କ ସପ୍ତାହର ଗୋଟିଏ ଦିନ ପୂର୍ବରୁ ଏଭଳି ହିଂସାକାଣ୍ଡ ଘଟାଇ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ମାଓବାଦୀ। ଏହି ଘଟଣା ପରେ ପୋଲିସ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.