ଛତିଶଗଡ଼ରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଓବାଦୀଙ୍କ ଆକ୍ରମଣ ଘଟଣା, ୪ ଦିନ ପରେ ସ୍ପଷ୍ଟୀକରଣ ରଖିଲା ମାଓ ସଙ୍ଗଠନ

ଛତିଶଗଡ଼(କେନ୍ଯୁଜ୍) : ଛତିଶଗଡ଼ରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଓବାଦୀଙ୍କ ଆକ୍ରମଣ ଘଟଣା। ୪ ଦିନ ପରେ ସ୍ପଷ୍ଟୀକରଣ ରଖିଲା ମାଓ ସଙ୍ଗଠନ। ସିପିଆଇ ମାଓବାଦୀ ପକ୍ଷରୁ ଚିଠି ଜାରୀ କରାଯାଇ ସ୍ପଷ୍ଟୀକରଣ ରଖାଯାଇଛି। ପୋଲିସ ସହ ସାମ୍ବାଦିକ ଥିବା ଜାଣିପାରିନଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିବା କୌଣସି ଉଦ୍ଦେଶ୍ୟ ନଥିବା କୁହାଯାଇଛି। ପୋଲିସ ସହ ସାମ୍ବାଦିକଙ୍କୁ ନଯିବାକୁ ମାଓ ସଙ୍ଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି। ନିର୍ବାଚନୀ ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଛତିଗଡ଼ ଦାନ୍ତେଓ୍ଵାଡା ଜିଲ୍ଲା ଆରନପୁର ନିକଟରେ ନକ୍ସଲ ଆକ୍ରମଣରେ ଦୂରଦର୍ଶନ କ୍ୟାମେରାମ୍ୟାନ୍‌ ଅଚ୍ୟୁତାନନ୍ଦ ସାହୁଙ୍କର ମୃତ୍ୟୁ ହୋଇଥିଲା।