ରାଜ୍ୟ

ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ: ମାଲକାନଗିରି ଜିଲ୍ଲାରେ ସୀମା ସିଲ୍, ଜୋରଦାର ଚାଲିଛି କମ୍ବିଂ ଅପରେସନ

ମାଲକାନଗିରି: ନୂଆ ଢ଼ଙ୍ଗରେ ସହିଦ ସପ୍ତାହ ପାଳନ କରିବା ପାଇଁ ଜଣେଇଲେ ମାଓବାଦୀ। ଏଥର ମାଓବାଦୀଙ୍କ ସହିଦ ଦିବସ ପାଳନ ପାଇଁ ଟେପ ରେକର୍ଡ ମାଧ୍ୟମରେ ବାର୍ତ୍ତା ରଖିଲେ ମାଓ ସଙ୍ଗଠନ। ସେ ପୁଣି ରାଜ ରାସ୍ତାରେ। ରାସ୍ତା ଉପରେ ମାଓବାଦୀଙ୍କ ପୋଷ୍ଟର ବ୍ୟାନର ଏବଂ ତା ସହିତ ସାଉଣ୍ଡ ବକ୍ସ ଯୋଗେ ମାଓବାଦୀଙ୍କ ସହିଦ ଦିବସ ପାଳନ ପାଇଁ ସାଧାରଣ ଆହ୍ୱାନ ଜଣେଇଛନ୍ତି ମାଓବାଦୀ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଂକେର ଜିଲ୍ଲାର ପାଖାଞ୍ଜୁର ନିକଟରେ। ତେବେ ସ୍ଥାନୀୟ ଅଞ୍ଚଳରେ ଏଭଳି ଘଟଣା ପ୍ରଥମ କରି ଦେଖିବାକୁ ମିଳିଥିବାରୁ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି। ଆଜିଠାରୁ ଆସନ୍ତା ଅଗଷ୍ଟ ତାରିଖ ପର୍ଯ୍ୟନ୍ତ ମାଓବାଦୀ ପାଳନ କରୁଛନ୍ତି ସହିଦ ସପ୍ତାହ।

ଏହିଦିନ ମାନଙ୍କରେ ସହୀଦ ସାଥି କମ୍ରେଡ଼ ଙ୍କ ସ୍ମୁତି ଉଦ୍ଦେଶ୍ୟରେ ଗାଁ ଗାଁ ରେ ସହିଦ ସ୍ତମ୍ଭ ନିକଟରେ ଲାଲ ସଲାମ ଦେବା ସହ ମାଓ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ସାଧାରଣ ଲୋକଙ୍କୁ ସାମିଲ ହେବା ପାଇଁ ଆହ୍ୱାନ ଦେଇଥାନ୍ତି। ଏନେଇ ମାଲକାନଗିରି ପୋଲିସ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମାଲକାନଗିରି ଜିଲ୍ଲାର ସୀମା ସିଲ କରାଯାଇ କମ୍ବିଂ ଅପରେସନ ଜୋରଦାର କରାଯାଇଥିବା କହିଛନ୍ତି ଏସପି ।

Sonalisa

Recent Posts

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

4 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

26 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

34 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

41 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

49 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

51 mins ago