କୋରାପୁଟ: ମାଓ ଷଡ଼ଯନ୍ତ୍ର ପଣ୍ଡ, IED ଜବତ କରି ନିଷ୍କ୍ରିୟ କଲା ବିଏସଏଫ୍‌

କୋରାପୁଟ(କେନ୍ଯୁଜ୍): ମାଓବାଦୀଙ୍କ ଷଡ଼ଯନ୍ତ୍ର ପଣ୍ଡ । କୋରାପୁଟ ଜିଲ୍ଲା ପୂଜାରିପୁଟ ଜଙ୍ଗଲରୁ IED ଜବତ କରି ନିଷ୍କ୍ରିୟ କରିଛି ବିଏସଏଫ୍‌ । ରାମଗିରି-ଗୁପ୍ତେଶ୍ୱର ରାସ୍ତାରର ପୂଜାରିପୁଟ ଜଙ୍ଗଲରେ ମାଓବାଦୀ IED ଖଞ୍ଜିଥିବା ଖବର ମିଳିଥିଲା ।

ଏହାପରେ ବିଏସଏଫ୍‌ ୧୫୧ ବାଟାଲିୟନ୍‌ର ବମ୍‌ ସ୍କ୍ଵାଡ୍‌ ଘଟଣାସ୍ଥଳରେ ପହଞ୍ଚି ଆଇଇଡିକୁ ଜବତ କରିବା ସହ ନିଷ୍କ୍ରିୟ କରିଥିଲା । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ଏହି ଆଇଇଡି ବୋମା ଖଞ୍ଜିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.