ମାଲକାନଗିରି: ପଣ୍ଡ ହେଲା ମାଓ ଯୋଜନା, ଅଳ୍ପକେ ବର୍ତ୍ତିଲେ ଯବାନ

ମାଲକାନଗିରି: ଲାଲ୍‌ବାହିନୀର ଲାଲ୍‌ତାଣ୍ଡବ । ପଣ୍ଡ ହେଲା ମାଓ ଯୋଜନା, ଅଳ୍ପକେ ବର୍ତ୍ତିଲେ ଯବାନ । ସୁରକ୍ଷାବାହିନୀକୁ ଟାର୍ଗେଟ କରି ରାସ୍ତାରେ ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲାର ମୀନପା ଜଙ୍ଗଲରେ ୧୦କେଜିରୁ ଅଧିକ ଓଜନର ଲ୍ୟାଣ୍ଡ ମାଇନ ଖଞ୍ଜାଯାଇଥିଲା । ୨୦୬ ବାଟାଲିୟନର CRPF କୋବ୍ରା ଯବାନ ଅପରେଶନ ବେଳେ ଏହାକୁ ଉଦ୍ଧାର କରାଯାଇ ନଷ୍ଟ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।

Leave A Reply

Your email address will not be published.