କନ୍ଧମାଳ ସାଡିଙ୍ଗିଆ ଗାଁରେ କେକେବିଏନ୍‌ ଓ ସିପିଆଇ ପକ୍ଷରୁ ମାଓ ପୋଷ୍ଟର

କନ୍ଧମାଳ(କେନ୍ୟୁଜ୍) : ନିର୍ବାଚନ ପୂର୍ବରୁ କନ୍ଧମାଳ ଫିରିଙ୍ଗିଆ ଥାନା ସାଡିଙ୍ଗିଆ ଗାଁରେ କେକେବିଏନ୍‌ ଓ ସିପିଆଇ ପକ୍ଷରୁ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛ । ଏଥିରେ ଜି ଉଦୟଗିରିକୁ ଉପଖଣ୍ଡ ମାନ୍ୟତା ପ୍ରଦାନ, ଗୁମୁଡୁମାହା ଗୁଳିକାଣ୍ଡରେ ହୋଇଥିବା ହତ୍ୟାକାରୀକୁ ମୃତ୍ୟୁ ଦଣ୍ଡ ଏବଂ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ, ଜଙ୍ଗଲ ଜମି ଉପରେ ଆଦିବାସୀଙ୍କ ଅଧିକାର ପ୍ରଦାନ ଭଳି ୯ ଦଫା ଦାବି ପୋଷ୍ଟରରେ ଉଲ୍ଲେଖ ରହିଛି ।